ରାଜ୍ୟରେ ହେବାକୁ ଥିବା ନୀଟ୍‍ ୨୦୧୯ ଓ ଏମସ ପିଜି ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ରବିବାର (ମେ ୫ ତାରିଖ) ରାଜ୍ୟରେ ହେବାକୁ ଥିବା ନୀଟ୍‍ ପରୀକ୍ଷା ଅନିର୍ଦ୍ଦିଷ୍ଟ କାଳପାଇଁ ସ୍ଥଗିତ ରଖାଯାଇଛି। କେନ୍ଦ୍ର ଉଚ୍ଚଶିକ୍ଷା ସଚିବ ଆର୍‍ ସୁବ୍ରମଣ୍ୟମ୍‍ କହିଛନ୍ତି, ପରୀକ୍ଷା ଘୁଞ୍ଚାଇବାପାଇଁ ରାଜ୍ୟ ସରକାର କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ। ରାଜ୍ୟରେ ଫୋନି ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ପରୀକ୍ଷା ହେବାକୁ ଥିବା କେନ୍ଦ୍ର ଗୁଡିକରେ ନାହିଁ ନ ଥିବା କ୍ଷତି ହୋଇଛି। ବିଶେଷ କରି ଭୁବନେଶ୍ୱରକୁ ଗମନାଗମନ ବ୍ୟବସ୍ଥା ସାମାନ୍ୟ ହୋଇ ନ ଥିବାରୁ ୱେବହ୍ଲି ନିଷ୍ପତ୍ତି ନିଆଯାଇଛି।

ସେହିପରି ରାଜ୍ୟରେ ମେ ୫ରେ ହେବାକୁ ଥିବା ଅଖିଳ ବିଜ୍ଞାନ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଏମସ)ର ସ୍ନାତକୋତ୍ତର ପରୀକ୍ଷା ମଧ୍ୟ ବାତିଲ କରାଯାଇଛି। ଏହି ଦୁଇଟି ପରୀକ୍ଷା ପାଇଁ ଖୁବ ଶୀଘ୍ର ନୂଆ ତାରିଖ ଘୋଷଣା କରାଯିବ।

Comments are closed.