ଉନ୍ନାଓ ପୀଡିତା ଓ ଦୁର୍ଘଟଣାରେ ଆହତ ହୋଇଥିବା ଓକିଲଙ୍କ ଅବସ୍ଥା ସଙ୍କଟାପନ୍ନ

ନୂଆଦିଲ୍ଲୀ . –  ସଡକ ଦୁର୍ଘଟଣାରେ ଆହତ ହୋଇଥିବା ଉନ୍ନାଓ ପୀଡିତା ଓ ତାଙ୍କର ଆଇନଜୀବୀଙ୍କର ଅବସ୍ଥା ସଙ୍କଟାପନ୍ନ ହୋଇଥିବା ସୂଚନା ମିଳିଛି ।  ଏହି ଦୁଇ ଜଣଙ୍କୁ ଦିଲ୍ଲୀ ଏମ୍ସର ଟ୍ରମା କେନ୍ଦ୍ରରେ  ଭେଣ୍ଟିଲେଟର ସହ ଅତିରିକ୍ତ ଜୀବନ ସହାୟକ ପ୍ରାଣାଳୀରେ ରଖାଯାଇଛି।  ଉତ୍ତରପ୍ରଦେଶର ରାଏବରେଲିରେ ଜୁଲାଇ ୨୮ ତାରିଖ ସଡକ ଦୁର୍ଘଟଣାରେ ପୀଡିତା ଗୁରୁତର ହୋଇଥିଲେ । ପୀଡିତା ନିଜ ପରିବାର ସହ ଯାଉଥିବା ଗାଡି ସହ ଏକ ଟ୍ରକ ଧକ୍କା ହୋଇଥିଲା। ଏଥିରେ ପୀଡିତାଙ୍କ ମାଆ  ଓ ଖୁଡୀଙ୍କର ମୃତ୍ୟୁ ହୋଇଥିଲା । ପୀଡିତାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଥିଲା ।

 

ଉଚ୍ଚତମ ନ୍ୟାୟାଳୟଙ୍କର ନିର୍ଦେଶ ପରେ ପୀଡିତାଙ୍କୁ ବିମାନ ଯୋଗେଁ ଦିଲ୍ଲୀ ଏମସ୍‌ଙ୍କୁ ସ୍ଥାନାନ୍ତର କରାଯାଇଥିଲା । ଲକ୍ଷ୍ମୌରେ ପୀଡିତାଙ୍କୁ ଚିକିତ୍ସା ସମୟରେ ନିମୋନିଆ ହୋଇଥିବା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ କହିଥିଲେ ।  ତାଙ୍କର ଆଇନଜୀବୀଙ୍କ ମୁଣ୍ଡରେ ଆଘାତ ହୋଇଥିବାରୁ ତାଙ୍କ ମସ୍ତିଷ୍କର ବିଭିନ୍ନ ଅଂଶ ଖରାପ ହୋଇଯାଇଥିଲା ।  ଏହି ଦୁଇ ଜଣଙ୍କ ଚିକିତ୍ସା ଅଲଗା ଅଲଗା ବିଭାଗରେ କରାଯାଉଥିବା ଓ ଜୀବନ ସହାୟକ ପ୍ରଣାଳୀ ଉପରେ ରଖାଯାଇଥିବା ଏମସ୍‌ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.