ଅନ୍‍ଲାଇନ୍‍ରେ ହେବ ଏମ୍‍ସ ପ୍ରବେଶିକା; ଫେବୃଆରୀ ୫ରୁ ଆବେଦନ, ମେ’ ୨୫, ୨୬ ପରୀକ୍ଷା

0

ଭୁବନେଶ୍ୱର : ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍‍ସ)ରେ ଏମ୍‍ବିବିଏସ୍‍ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷା ୨୦୧୯ ମେ’ ୨୫ ଓ ୨୬ ଦୁଇଦିନ ବ୍ୟାପୀ ଅନୁଷ୍ଠିତ ହେବ ଏବଂ ଜୁନ୍‍ ୧୮ରେ ଏହାର ପରୀକ୍ଷାଫଳ ପ୍ରକାଶ ପାଇବ। ଏଥିପାଇଁ ଫେବୃଆରୀ ୫ରୁ ମାର୍ଚ୍ଚ ୫ ମଧ୍ୟରେ ଛାତ୍ରଛାତ୍ରୀ ଅନ୍‍ଲାଇନ୍‍ରେ ନାମ ପଞ୍ଜୀକରଣ କରିପାରିବେ ବୋଲି ଜଣାପଡ଼ିଛି।
ଛାତ୍ରଛାତ୍ରୀଙ୍କୁ ଅନ୍‍ଲାଇନ୍‍ ମୋଡ୍‍ ତଥା କମ୍ପ୍ୟୁଟର ବେସ୍‍ଡ୍‍ ଟେଷ୍ଟ(ସିବିଟି)ରେ ପରୀକ୍ଷା ଦେବାକୁ ପଡ଼ିବ। ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ(ଉଦ୍ଭିଦ ବିଜ୍ଞାନ ଓ ପ୍ରାଣୀ ବିଜ୍ଞାନ), ଇଂରାଜୀ ବିଷୟରୁ ପ୍ରଶ୍ନ ଆସିବ। ଏମ୍‍ସ ପ୍ରବେଶିକା ଦେବା ପାଇଁ ଛାତ୍ରଛାତ୍ରୀଙ୍କ ବୟସ ୧୭ବର୍ଷରୁ ଅଧିକ ହୋଇଥିବ ଏବଂ ସେମାନେ ଯୁକ୍ତ ଦୁଇ ବିଜ୍ଞାନ ତଥା ଦ୍ୱାଦଶ ଶ୍ରେଣୀରେ ୬୦%ରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବେ। ଏମ୍‍ସ ପ୍ରବେଶିକା ପାଇଁ ୧୫୪ଟି ସହରରେ ପରୀକ୍ଷା କେନ୍ଦ୍ର ହୋଇଛି। ସେଥିମଧ୍ୟରୁ ରାଜ୍ୟର ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ଢେଙ୍କାନାଳ, ରାଉରକେଲା ଓ ସମ୍ବଲପୁର ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି। ନୂଆଦିଲ୍ଲୀ, ଭୋପାଳ, ଭୁବନେଶ୍ୱର, ଗୁଣ୍ଠୁର, ଯୋଦ୍ଧପୁର, ନାଗପୁର, ପାଟନା, ରାୟପୁର ଓ ଋଷିକେଶରେ ମୋଟ ୮୦୦ ଏମ୍‍ବିବିଏସ୍‍ ସିଟ୍‍ ରହିଛି। ସେଥିମଧ୍ୟରୁ ଗୁଣ୍ଠୁର ଓ ନାଗପୁରରେ ୫୦ଟି ଲେଖାଏଁ ଏମ୍‍ବିବିଏସ୍‍ ସିଟ୍‍ ଏବଂ ନୂଆଦିଲ୍ଲୀ, ଭୋପାଳ, ଭୁବନେଶ୍ୱର, ଯୋଦ୍ଧପୁର, ପାଟନା, ରାୟପୁର ଓ ଋଷିକେଶରେ ୧୦୦ଟି ଏମ୍‍ବିବିଏସ୍‍ ସିଟ୍‍ ରହିଛି।

Leave A Reply