୫ଜଣିଆ ସ୍ୱାସ୍ଥ୍ୟଟିମ୍‍ର ନୂଆଦିଲ୍ଲୀ ଗସ୍ତ: ପରଖିବେ ଜଗା-ବଳିଆଙ୍କ ସ୍ୱାସ୍ଥ୍ୟ

0

ଭୁବନେଶ୍ୱର: ନୂଆଦିଲ୍ଲୀସ୍ଥିତ ଏମ୍‍ସରେ ଫେବୃଆରୀରେ ଜଗା-ବଳିଆଙ୍କ ଯୋଡାମୁଣ୍ଡର ବିରଳ ଅସ୍ତ୍ରୋପଚାର ହୋଇଥିଲା। ଏହାପରେ ଜଗା-ବଳିଆଙ୍କ ସ୍ୱାସ୍ଥ୍ୟବସ୍ଥା କିପରି ଅଛି ସେନେଇ ଏକ ଟିମ୍‍ ୨୦ତାରିଖରେ ନୂଆଦିଲ୍ଲୀ ଏମ୍‍ସ ଗସ୍ତ କରିବେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାଯାଇଛି। ଏନେଇ ବିଭାଗ ପକ୍ଷରୁ ଏସ୍‍ସିବି ମେଡିକାଲ କଲେଜର ନିରୋ ସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର ସଞ୍ଜୀବ ମିଶ୍ରଙ୍କ ନେତୃତ୍ୱରେ ଏକ ପାଞ୍ଚଜଣିଆ ଟିମ୍‍ ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ଉକ୍ତ ଟିମ୍‍ ସେଠାରେ ଜଗା-ବଳିଆଙ୍କ ସ୍ୱାସ୍ଥ୍ୟବସ୍ଥାର ପୂର୍ଣ୍ଣାଙ୍ଗ ରିପୋର୍ଟ ଦେବା ପରେ ସରକାରଙ୍କ ପକ୍ଷରୁ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ଏହି ପ୍ରତିନିଧି ଦଳରେ ଏସ୍‍ସିବିର ପ୍ରଫେସର ସରୋଜ କୁମାର ଶତପଥୀ, ଡା.ରଶ୍ମୀରଞ୍ଜନ ମହାନ୍ତି, ସହ ପ୍ରଫେସର ପୃଥ୍ୱୀରାଜ ସିଂହ ଓ ପ୍ରଫେସର ଜଗମୋହନ ମିଶ୍ର ପ୍ରମୁଖ ସାମିଲ ରହିଛନ୍ତି।

Leave A Reply