ଏଆଇଡିଏସ୍‍ଓ ଛାତ୍ର ସଂଗଠନ ପକ୍ଷରୁ ରିଲିଫ୍‍ ଓ ଚିକିତ୍ସା ସହାୟତା ପ୍ରଦାନ

ସମାଜ ପୋର୍ଟାଲ ଡେସ୍କ: ଆମ ଦେଶରେ ଲକ୍‍ ଡାଉନ୍‍ ଭଳି ପରିସ୍ଥିତିରେ ସାଧାରଣ ମଣିଷର ଜୀବନ-ଜୀବିକା ବିପନ୍ନ ହୋଇପଡିଥିବା ବେଳେ ଏଆଇଡିଏସ୍‍ଓ ଛାତ୍ର ସଂଗଠନ ପକ୍ଷରୁ ଦିନ ମଜୁରିଆ, ନିର୍ମାଣ ଶ୍ରମିକ, ଚୁକ୍ତିଭିତ୍ତିକ ଶ୍ରମିକ, ପାଚିକା, ପରିଚାରିକା, ରିକ୍ସା ଚାଳକ, ଅଟୋ ଚାଳକ, ଠେଲା ଦୋକାନୀ, ଛୋଟ ଦୋକାନୀ, କୃଷକମାନଙ୍କୁ ସହାୟତା ଯୋଗାଇ ଦିଆଯାଉଛି।

ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ନିଜର ଜୀବିକା ହରାଇ ହଜାର ହଜାର କିଲୋମିଟର ରାସ୍ତା ପାଦରେ ଚାଲିଚାଲି ନିଜର ଭିଟାମାଟିକୁ ଫେରୁଥିବା ବେଳେ ଏଆଇଡିଏସ୍‍ଓ ଛାତ୍ର ସଂଗଠନ ଛାତ୍ରଛାତ୍ରୀ, ଶିକ୍ଷକ, ଅଧ୍ୟାପକ, ବୁଦ୍ଧିଜୀବୀ ତଥା ଅଭିଭାବକ ଏବଂ ଜନସାଧାରଣଙ୍କ ଠାରୁ ପାଣ୍ଠି ସଂଗ୍ରହ କରି ବିପର୍ଯ୍ୟସ୍ତଙ୍କୁ ଉଭୟ ମେଡିକାଲ ଚିକିତ୍ସା ଓ ରିଲିଫ୍‍ ଯୋଗାଇଦେଇଛି।

Comments are closed.