ବୁର୍ଲା ଭିମସାରର ଏଆରଟି କେନ୍ଦ୍ରରେ ବିଶ୍ୱ ଏଡ଼ସ ଦିବସ ପାଳିତ : ଉପକୃତ ହେଉଛନ୍ତି ୩୧୦୦ ରୋଗୀ

ବୁର୍ଲା : ବୁର୍ଲା ଭିମସାରର ଏଆରଟି କେନ୍ଦ୍ରରେ ବିଶ୍ୱ ଏଡ଼ସ୍ ଦିବସ ପାଳିତ ହୋଇଯାଇଛି । ଏଡ଼ସ ରୋଗ ବିଷୟରେ ସଚେତନତା ଶିବିରର ଆୟୋଜିତ ହୋଇଥିବା ବେଳେ ଏଡ଼ସ ରୋଗର କାରଣ ଓ ନିରାକରଣ ବିଷୟ ଲୋକମାନଙ୍କୁ ସଚେତନ କରାଯାଇଥିଲା । ଏହା ସହିତ ସମସ୍ତେ ହାତ ମିଳାଇ କିପରି ସମାଜରୁ ଏଡ଼ସର ଦୂରୀକରଣ କରାଯାଇ ପାରିବ ସେ ବିଷୟରେ ଶପଥ ତଥା ପ୍ରତିଜ୍ଞା କରାଯାଇଥିଲା। ଏଡ଼ସ ଦ୍ୱାରା ଯଦି କେହି ଆକ୍ରାନ୍ତ ହୁଏ, ତେବେ ସେ ଭୟଭିତ ନ ହୋଇ ତୁରନ୍ତ ଏହାର ପରୀକ୍ଷା ନିରୀକ୍ଷା କରି ନିୟମିତ ଔଷଧ ସେବନ କଲେ ଏଡ଼ସ୍ ଏଡ଼ାଇ ଦିଆଯାଇ ପାରିବ ଏହା ସମ୍ପର୍କରେ ପ୍ରାଞ୍ଜଳ ଭାବରେ ଆଲୋଚନା ଚକ୍ରରେ ଆଲୋକପାତ କରାଯାଇଥିଲା। ଏହି ଅବସରରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଭିମସାରର ମେଡ଼ିସିନ ବିଭାଗର ସହଯୋଗୀ ତଥା ଏଆରଟି ସେଣ୍ଟରର ଅଧିକାରୀ ପ୍ରଫେସର ଡ଼ ପ୍ରଫୁଲ୍ଲ କୁମାର ବରିହାଙ୍କ ନେତୃତ୍ୱରେ ଡ଼ାକ୍ତର ଉମେଶ ଚନ୍ଦ୍ର ପୁଜାରୀ, ହସପିଟାଲ ମ୍ୟାନେଜର କିର୍ତ୍ତୀମାନ ମହନ୍ତ, ଷ୍ଟିୱାର୍ଡ଼ ଅଧିକାରୀ ଅଶ୍ୱିନୀ ମେହେର, ଆରଡ଼ିସିର ସୁମନ୍ତ କୁମାର ସାହୁ, ଡ଼ମ୍ବରୁଧର ବଗର୍ତ୍ତୀ, ନୀଳମଣୀ ସାହୁ, ସୁଶାନ୍ତ କୁମାର ସାହୁ, ଗୀତାଞ୍ଜଳି ବେହେରା, ଲିପିକା ଅର୍ଚ୍ଚନାମୟୀ ନନ୍ଦ, ଅର୍ଚ୍ଚନା ପତି, ଅଜୟ ବେହେରା, ସ୍ମୀତା କାଲୁ, ଅର୍ଚ୍ଚନା ମହାରଣା, ରାଜୀବ ବଢ଼ାଇ, ଅନିତା କୁମାର ସାହୁ, ରାମଚନ୍ଦ୍ର ଜେନା, ମୌସୁମୀ ନନ୍ଦ, ମାନସୀ ପ୍ରିୟା ବେହେରା ଏବଂ ମନିନ୍ଦର କୋର ପ୍ରମୁଖ ଉପସ୍ତିତ ରହିଥିଲେ। ପଶ୍ଚିମ ଓଡ଼ିଶାର ଭିମସାରରକୁ ସମ୍ପ୍ରତି ବରଗଡ଼ ଜିଲ୍ଲା ସମେତ ସୋନପୁର, ବଉଦ୍ଧରୁ ରୋଗୀ ଆସି ମାଗଣା ଚିକିତ୍ସା ସେବା ସହିତ ସମ୍ପୁର୍ଣ୍ଣ ମାଗଣା ଔଷଧ ସେବା ପାଇ ଆସୁଛନ୍ତି । ତେବେ ଚଳିତ ବର୍ଷ ସୁଦ୍ଧା ୩୧୦୦ ଜଣ ରୋଗୀ ଭିମସାରରେ ଚିକିତ୍ସାଧିନ ରହିଥିବା ଜଣାପଡ଼ିଛି । ତେବେ ଏଡ଼ସ୍ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସମସ୍ତଙ୍କ ସହଯୋଗ ଏବଂ ସଚେତନତାର ଆବଶ୍ୟକତା ରହିବା ସହିତ କୌଣସି ରୋଗୀ ମଧ୍ୟ କୁଣ୍ଠାପ୍ରକାଶ ନ କରି ସେଣ୍ଟରରୁ ଚିକିତ୍ସା ସହିତ ମାଗଣା ଔଷଧର ଲାଭ ଉଠାଇବା ପାଇଁ ଅନୁରୋଧ କରାଯାଇଛି।

Comments are closed.