ମହିଳା ନୁହନ୍ତି ହେଲେ ଉପସ୍ଥାପନା ମହିଳା ଭଳି: ପ୍ରଥମ ଏଆଇ ଉପସ୍ଥାପିକା ତିଆରି କଲା ଚୀନ୍‌

0

ବେଜିଂ ..- ଚୀନ ପୂର୍ବରୁ ଟିଭିରେ ଖବର ଉପସ୍ଥାପନା ପାଇଁ  ପ୍ରଥମ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସିଂ ବା ଏଆଇ ଉପସ୍ଥାପକ ତିଆରି କରିଥିଲା ।  ଏବେ ଚୀନ୍‌ ଏଆଇ ମହିଳା ଟିଭି ଉପସ୍ଥାପିକା ତିଆରି କରିଛି। ଏହି ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସିଂ ଉପସ୍ଥାପିକ ନାମ ‘ଜିନ୍‌ ଜିଆଓମେଙ୍ଗ ’ ରଖାଯାଇଛି ।

୨୦୧୮ ମସିହାରେ ତିଆରି କରାଯାଥିବା ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସିଂ ଉପସ୍ଥାପକ କ୍ୟୁଇ ହାଓ ପ୍ରାୟ ୩ହଜାର୪୦୦ଟି ଖବର ପାଠ କରିଥିଲେ । ଚୀନର ସରକାରୀ ଗଣମାଧ୍ୟମ ଜିନ୍‌ହୁଆ ଏହି ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସିଂ ଉପସ୍ଥାପକ ଓ ଉପସ୍ଥାପିକାଙ୍କୁ ବ୍ୟବହାର କରିବ ।

ଏବେ ଚୀନ୍‌ ଆଉ ଏକ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସିଂ ଉପସ୍ଥାପକ ତିଆରି କରୁଛି । ଏହା ମଣିଷ ପରି ଖବର ଉପସ୍ଥାପନ କରିବ ବୋଲି କୁହାଯାଉଛି ।

Leave A Reply