ଅଟ୍ଟାଳିକାରେ ଅଗ୍ନିକାଣ୍ଡ ; ଜୀବନ ବଞ୍ଚାଇବାକୁ ଚତୁର୍ଥ ମହଲାରୁ ଡେଇଁଲେ ବ୍ୟକ୍ତି

ଅହମ୍ମଦାବାଦ: ଶୁକ୍ରବାର ଅପରାହ୍ନରେ ଗୁଜରାଟର ଅହମ୍ମଦାବାଦର ଆଶ୍ରମ ରୋଡରେ ଥିବା ଏକ ଅଟ୍ଟାଳିକାରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ କେହି ପ୍ରାଣ ହରାଇ ନ ଥିବାବେଳେ ଜୀବନ ବଞ୍ଚାଇବାକୁ ଯାଇ ଜଣେ ବ୍ୟକ୍ତି ଚତୁର୍ଥ ମହଲାରୁ ଡେଇଁ ପଡି ଆହତ ହୋଇଥିବା ଜଣାପଡିଛି।

ଅଗ୍ନିଶମ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ଅଗ୍ନିକାଣ୍ଡ କୋଠା ମଧ୍ୟରୁ ଅଧିକାଂଶ ଲୋକ ସୁରକ୍ଷିତ ଭାବେ ବାହାରକୁ ବାହାରି ଆସିଥିବାବେଳେ ଦଶ ଜଣଙ୍କୁ ହାଇଡ୍ରୋଲିକ୍ ସିଡ଼ି ସାହାଯ୍ୟରେ ଉଦ୍ଧାର କରାଯାଇଥିଲା। କିନ୍ତୁ ଜଣେ ବ୍ୟକ୍ତି ଭୟବୀତ ହୋଇ ଜୀବନ ବଞ୍ଚାଇବାକୁ କୋଠାର ଚତୁର୍ଥ ମହଲାରୁ ଡେଇଁ ପଡିଥିଲେ। ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଖୁବ୍ ଶୀଘ୍ର ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା ବୋଲି ଅଧିକାରୀ ସୂଚନା ଦେଇ କହିଛନ୍ତି।

Comments are closed.