ଆହାର ଯୋଜନାରେ ରାତ୍ରିଭୋଜନ ବ୍ୟବସ୍ଥାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ଵର : ସୋମବାର ସନ୍ଧ୍ୟାରେ କ୍ୟାପିଟାଲ ହସପିଟାଲ ପରିସରରୁ ଆହାର ଯୋଜନାରେ ରାତ୍ରି ଭୋଜନ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହିତ ଭିଡିଓ କନଫରେନସିଂରେ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆର୍ୟୁବିନ ଓ ଗବେଷଣା ପ୍ରତିଷ୍ଠାନର ନୂଆ ଆହାର କେନ୍ଦ୍ରର ଲୋକାପର୍ଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ୫୬ଟି ପ୍ରମୁଖ ଚିକିତ୍ସାଳୟରେ ଆହାର କେନ୍ଦ୍ରରେ ଏଣିକି ରୋଗୀଙ୍କ ଆତ୍ମୀୟ ଏବଂ ଚିକିତ୍ସା ପାଇଁ ଆସୁଥିବା ଜନସାଧାରଣଙ୍କ ପାଇଁ ଆହାର ଯୋଜନାରେ ମିଳିବ ରାତ୍ରି ଭୋଜନ। ଦୈନିକ ରାତି ୭ଟା ରୁ ୯ମଧ୍ୟରେ ୧୫ହଜାର ଲୋକଙ୍କୁ ୫୬ଟି ଆହାର କେନ୍ଦ୍ରରେ ମଳିବ ଏହି ସୁବିଧା।

Leave A Reply