ସକ୍‍ସେନାଙ୍କୁ ୭ ଦିନ ପାଇଁ ମଧ୍ୟବର୍ତ୍ତିକାଳୀନ ଜାମିନ

0

ନୂଆଦିଲ୍ଲୀ : ଅଗୁସ୍ତା ୱେଷ୍ଟଲାଣ୍ଡ ଭିଭିଆଇପି ହେଲିକପ୍ଟର କଳାଧନ ବୈଧ ମାମଲାରେ ଗିରଫ ହୋଇଥିବା ଦୁବାଇର ବ୍ୟବସାୟୀ ରାଜୀବ ସକ୍‍ସେନାଙ୍କୁ ଶେଷରେ ଜାମିନ ମିଳିଛି। ଦିଲ୍ଲୀର ଏକ ଅଦାଲତର ସ୍ୱତନ୍ତ୍ର ବିଚାରପତି ଅରବିନ୍ଦ କୁମାର ତାଙ୍କୁ ୭ ଦିନ ପାଇଁ ମଧ୍ୟବର୍ତ୍ତିକାଳୀନ ଜାମିନ ପ୍ରଦାନ କରିଛନ୍ତି ।

୩ହଜାର ୬ଶହ କୋଟି ଟଙ୍କାର ଅଗୁସ୍ତା ୱେଷ୍ଟଲାଣ୍ଡ ଭିଭିଆଇପି ହେଲିକପ୍ଟର କଳାଧନ ବୈଧ ମାମଲାରେ ଗିରଫ ହୋଇଥିବା ଏହି ବ୍ୟବସାୟୀ ରାଜୀବ ସକ୍‍ସେନାଙ୍କ ଡାକ୍ତରୀ ରିପୋର୍ଟ ଦେଖିବା ପରେ ଅଦାଲତ ତାଙ୍କୁୁ ଜାମିନ ପ୍ରଦାନ କରଛନ୍ତି।
ତେବେ ଅଦାଲତରେ ସକ୍‍ସେନାଙ୍କ ବିସ୍ତୃତ ଡାକ୍ତରୀ ରିପୋର୍ଟ ଦାଖଲ କରିବା ପାଇଁ କୁହାଯାଇଛି। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସକ୍‍ସେନା ଜାମିନ ଲୋଡିଥିଲେ। ସେ ହୃଦରୋଗ ଏବଂ ରକ୍ତ କର୍କଟରେ ପୀଡିତ ଥିବା ଜଣାପଡିଛି। ଆସନ୍ତା ୨୨ ତାରିଖକୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।

Leave A Reply