ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ମାମଲା: ପରିବାର ସହ କଥା ହେବାକୁ ମିସେଲଙ୍କୁ ଅନୁମତି

0

ନୂଆଦିଲ୍ଲୀ : ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ଭିଭିଆଇପି ହେଲିକପ୍ଟର ଦୁର୍ନୀତିର ଗିରଫ ଅଭିଯୁକ୍ତ ତଥା ମଧ୍ୟସ୍ଥ ଖ୍ରୀଷ୍ଟିଆନ ମିସେଲ ଜେମ୍ସଙ୍କୁ ପରିବାର ଲୋକଙ୍କ ସହିତ କଥାବାର୍ତ୍ତା ଲାଗି ଅଦାଲତ ଅନୁମତି ଦେଇଛନ୍ତି। ସୋମବାର ସିବିଆଇ ସ୍ବତନ୍ତ୍ର ଅଦାଲତ ଦେଇଥିବା ଅନୁମତି ଅନୁଯାୟୀ ମିସେଲ ପ୍ରତି ସପ୍ତାହରେ ୧୫ମିନିଟ୍ ପାଇଁ ତାଙ୍କ ପରିବାର ଓ ଓକିଲଙ୍କ ସହିତ କଥା ହୋଇପାରିବେ। ବ୍ରିଟେନ ନାଗରିକ ମିସେଲଙ୍କୁ ଗତବର୍ଷ ଜୁଲାଇରେ ଦୁବାଇରେ ଗିରଫ କରାଯାଇଥିଲା। ଡିସେମ୍ବର ୪ରେ ତାଙ୍କୁ ଭାରତ ପ୍ରତ୍ୟର୍ପଣ କରାଯାଇଥିଲା।

Leave A Reply