ଅଗଷ୍ଟ୫କୁ ଘୁଞ୍ଚିଲା କୃଷକ ପଞ୍ଜୀକରଣ ସମୟସୀମା

ଭୁବନେଶ୍ୱର :ରାଜ୍ୟ ସରକାର କୋଭିଡ୍‌-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ଖରିଫ୍‌ ୨୦୨୦ ନିମନ୍ତେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ କୃଷକମାନଙ୍କ ପଞ୍ଜୀକରଣ ସମୟସୀମା ଘୁଞ୍ଚାଇବା ନିମନ୍ତେ ଭାରତ ସରକାରଙ୍କୁ ଅନୁରୋଧ କରିଥିଲେ । ସେହି ଅନୁସାରେ ଏହି ସମୟସୀମା ଜୁଲାଇ ୩୧ରୁ ଅଗଷ୍ଟ୫କୁ ଘୁଞ୍ଚାଇ ଦିଆଯାଇଛି । ସଂପୃକ୍ତ ବୀମା କମ୍ପାନୀଗୁଡ଼ିକୁ ଆବଶ୍ୟକୀୟ ପଞ୍ଜୀକରଣ ନିମନ୍ତେ କୃଷକମାନଙ୍କଠାରୁ ଦରଖାସ୍ତ ଗ୍ରହଣ କରିବା ପାଇଁ ସମବାୟ ବିଭାଗ ନିର୍ଦ୍ଦେଶ ଦେଇଛନ୍ତିି ।

Comments are closed.