ବୃଦ୍ଧି ପାଉଛି କୋଭିଡ୍‍ ସଂକ୍ରମଣ : କୃଷକମାନଙ୍କୁ ଆନ୍ଦୋଳନରୁ ଓହରି ଯିବାପାଇଁ କୃଷିମନ୍ତ୍ରୀଙ୍କ ନିବେଦନ

ନୂଆଦିଲ୍ଲୀ : ଦେଶରେ କୋଭିଡ୍‍ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆନ୍ଦୋଳନରୁ ଓହରି ଯିବାପାଇଁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ପୁଣି ଥରେ କୃଷକମାନଙ୍କୁ ଆନ୍ଦୋଳନରୁ ଓହରିଯିବା ପାଇଁ ନିବେଦନ କରିଛନ୍ତି। ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ ଆଲୋଚନା ସମୟରେ ଶ୍ରୀ ତୋମର କହିଛନ୍ତି, ଦିଲ୍ଲୀ ସୀମାରେ ଆନ୍ଦୋଳନରତ କୃଷକମାନଙ୍କ ସହ କଥାବର୍ତ୍ତା କରିବାପାଇଁ ସରକାର ସବୁବେଳେ ପ୍ରସ୍ତୁତ ରହିଛନ୍ତି।

ସେ କହିଛନ୍ତି, ଅନେକ କୃଷକ ସଙ୍ଗଠନ, ଅର୍ଥନୀତି ବିଶେଷଜ୍ଞ ଓ ବିଭିନ୍ନ ବର୍ଗର ଲୋକମାନେ କୃଷି ଆଇନଗୁଡ଼ିକୁ ସମର୍ଥନ ଜଣାଉଥିବାବେଳେ ଅଳ୍ପ କେତେକ ଲୋକ ଏହାକୁ ବିରୋଧ କରୁଛନ୍ତି। ଶ୍ରୀ ତୋମର କହିଛନ୍ତି, ଆନ୍ଦୋଳନରତ କୃଷକମାନଙ୍କ ସହ ସରକାର ୧୧ଟି ପର୍ଯ୍ୟାୟରେ ଆଲୋଚନା କରିସାରିଲେଣି ଏବଂ ୩ଟି ନୂଆ କୃଷି ଆଇନ ସଂକ୍ରାନ୍ତରେ ସବୁ ସନ୍ଦେହ ଦୂର କରିବାକୁ ସରକାର ପ୍ରସ୍ତୁତ ବୋଲି ସେ ମତ ଦେଇଛନ୍ତି।

Comments are closed.