ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ : ୧୬ ଯାତ୍ରୀ ଗୁରୁତର

ନୂଆଦିଲ୍ଲୀ : ଦିଲ୍ଲୀରୁ ବିହାରର ମଧୁବନୀ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍ ବୁଧବାର ମଧ୍ୟରାତ୍ରିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ୪୫ ଜଣ ଯାତ୍ରୀ ଥିବା ଏହି ବସ୍ ଇଟାୱା ଜିଲା ପାର ହେଉଥିବାବେଳେ ଓଲଟି ପଡିଥିବା ଜଣାପଡିଛି। ଏହି ଦୁର୍ଘଟଣାରେ ୧୬ ଜଣ ଯାତ୍ରୀ ଗୁରୁତର ହୋଇଥିବା କୁହାଯାଉଛି। ବର୍ତ୍ତମାନ ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଇଟାୱାର ଉସରାହର ପୁଲିସ ଥାନା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ଶ୍ରମିକମାନେ ଉକ୍ତ ଘରୋଇ ବସ୍‌ରେ ଚଢୁଥିଲେ। ରାତି ପ୍ରାୟ ୩ଟା ୩୦ରେ ବସ୍ ଦୁର୍ଘଟଣାର ଶିକାର ହୋଇଥିଲା। ସୂଚନା ପାଇବା ମାତ୍ରେ ଉସରାହର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବସ୍‌ର କାଚ ଭାଙ୍ଗି ଲୋକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସକୁ ତୁରନ୍ତ ସୂଚନା ଦେଇ ଆହତମାନଙ୍କୁ ଡାକ୍ତରଖାନା ପଠାଇଥିଲେ।

Comments are closed.