ବାୟୁସେନା ଅଗ୍ନିବୀର ପାଇଁ ୫୬,୯୬୦ ଆବେଦନ

ନୂଆଦିଲ୍ଲୀ : ‘ଅଗ୍ନିପଥ’ ଯୋଜନା ବିରୋଧରେ ଦେଶବ୍ୟାପୀ ବିକ୍ଷୋଭ ଓ ହିଂସାକାଣ୍ଡ ଚାଲିଥିବାବେଳେ ଏଥିପ୍ରତି ଯୁବକଙ୍କ ଆଗ୍ରହ ବୃଦ୍ଧି ପାଇଥିବା ଦେଖାଯାଇଛି। ଅଗ୍ନିପଥ ଯୋଜନାରେ ବାୟୁସେନା ଚଳିତବର୍ଷ ଲାଗି ୩୦୦୦ ଅଗ୍ନିବୀର ନିଯୁକ୍ତି ନିମନ୍ତେ ଆବେଦନ ଆହ୍ବାନ କରିଛି। ରବିବାର ବାୟୁସେନା କହିବା ଅନୁଯାୟୀ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇବାର ୩ଦିନ ମଧ୍ୟରେ ଅଗ୍ନିବୀର ନିଯୁକ୍ତି ଲାଗି ୫୬,୯୬୦ ଆବେଦନ ପତ୍ର ପହଞ୍ଚିଛି। ଜୁଲାଇ ୫ତାରିଖ ପର୍ଯ୍ୟନ୍ତ ଆବେଦନ ଗ୍ରହଣ କରାଯିବାକୁ ଥିବାବେଳେ ଆହୁରି ଅନେକ ସଂଖ୍ୟାରେ ଆବେଦନ ପତ୍ର ଆସିବାର ସମ୍ଭାବନା ରହିଛି। ଲିଖିତ ଓ ଡାକ୍ତରୀ ପରୀକ୍ଷା କରାଯାଇ ଅଗ୍ନିବୀର ନିଯୁକ୍ତି ଦିଆଯିବ।

Comments are closed.