ସ୍ୱାମୀ ଅଗ୍ନିବେଶଙ୍କୁ ଆକ୍ରମଣ ବିରୋଧରେ ଗଣପ୍ରତିବାଦ

0

ଭୁବନେଶ୍ୱର : ସ୍ୱାମୀ ଅଗ୍ନିବେଶଙ୍କୁ ଝାଡଖଣ୍ଡରେ ବିଜେପି ଯୁବ ମୋର୍ଚ୍ଚା ଏବଂ ଏବିଭିବି ଦ୍ୱାରା ହୋଇଥିବା ଆକ୍ରମଣକୁ ବିରୋଧକରି ଆଜି ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନଠାରେ ଏକ ଗଣ ପ୍ରଦିବାଦ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିବାଦରେ ବାମପନ୍ଥୀ ରାଜନୈତିକ ଦଳ, ଗଣତାନ୍ତ୍ରିକ ଏବଂ ମାନବିକ ଅଧିକାର ସଂଗଠନ ସାମିଲ ହୋଇଛନ୍ତି।
ପ୍ରତିବାଦକାରୀମାନଙ୍କ କହିବାନୁସାରେ ସମଗ୍ର ଦେଶରେ ଆଦିବାସୀ, ଦଳିତ, ମହିଳା ଓ ସଂଖ୍ୟାଲଘୁମାନଙ୍କ ବିରୋଧରେ ଶାସକ ବିଜେପି ପକ୍ଷରୁ ଘୃଣାଭାବ ଓ ବିଦ୍ୱେଷର ବାତାବରଣକୁ ପ୍ରଚାର ପ୍ରସାର କରାଯାଉଛି। ଏହାକୁ ପ୍ରତିବାଦ କରୁଥିବା କିମ୍ବା ମତ ରଖୁଥିବା ଲେଖକ, ସାମ୍ବାଦିକ, ସାମାଜିକ କର୍ମୀ, ରାଜନୈତିକ କର୍ମୀ, ମାନବିକ ଅଧିକାର କର୍ମୀ ଆଦି ଲୋକମାନଙ୍କ ଉପରେ ଆକ୍ରମଣ କରାଯାଉଛି। ଆଇନକୁ ହାତକୁ ନେଇ ଆକ୍ରମଣ ଭଳି ଘଟଣାକୁ ରୋକିବା ପାଇଁ ସୁପ୍ରିମକୋର୍ଟ ରାୟ ପ୍ରଦାନ କରିବା ଦିନ ହିଁ ସ୍ୱାମୀ ଅଗ୍ନିବେଶଙ୍କ ଉପରେ ଆକ୍ରମଣ କେନ୍ଦ୍ର ସରକାରଙ୍କ ଏକଛତ୍ରବାଦ ଶାସନର ଚେହେରାକୁ ପଦାରେ ପକାଇଛି ବୋଲି ପ୍ରଦିବାତକାରୀ କହିଛନ୍ତି। ଦୋଷୀମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ପାଇଁ ପ୍ରତିବାଦକାରୀ ଦାବି କରିଛନ୍ତି।

Leave A Reply