ବିମାନରେ କାର୍ଯ୍ୟକରିବେ କମ ବୟସ ତାରତମ୍ୟ ଥିବା ପାଇଲଟ

ନୂଆଦିଲ୍ଲୀ : ବିମାନରେ ପାଇଲଟ ଏବଂ ସହ-ପାଇଲଟଙ୍କ ମଧ୍ୟରେ ବଚସାକୁ ନେଇ ଅନେକ ବିମାନ ଦୁର୍ଘଟଣା ହେଉଥିବା ଦେଖିବାକୁ ମିଳିଛି। ଏହାକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ଏକ୍ସପ୍ରେସରେ ପାଇଲାଟ ଏବଂ ସହ-ପାଇଲଟଙ୍କ ବୟସ ବ୍ୟବଧାନ କମ ଥିବା ଲୋକଙ୍କୁ ବିମାନରେ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଡିଜିସିଏ ଅଧିକାରୀଙ୍କ ରିପୋର୍ଟ ଅନୁସାରେ ଏକ ଘଟଣାରେ ମହିଳା ପାଇଲଟ ବିମାନ ଅବତରଣ ସମୟରେ ବରିଷ୍ଠ ପାଇଲଟଙ୍କୁ ପ୍ରବଳ ବର୍ଷା ପାଇଁ ରନୱେ ଦେଖାଯାଉନଥିବା କାରଣରୁ ଧୀରେ ଅବତରଣ କରିବାକୁ କହିଥିଲେ। କିନ୍ତୁ ବରିଷ୍ଠ ପାଇଲଟ ତାଙ୍କ କଥା ନ ଶୁଣି ବିମାନ ଅବତରଣ କରିବାକୁ ଯାଇ ବିମାନଟି ଏକ ନାଳରେ ଦୁର୍ଘଟଣା ଗସ୍ତ ହୋଇଥିଲା।
ସୂଚନାଯୋଗ୍ୟ ଯେ, ୨୦୧୭ ଡିସେମ୍ବର ୪ ତାରିଖରେ ଏକ ବିମାନରେ ପାଇଲଟ ଏବଂ ସହ-ପାଇଲଟ ବଚସା ହୋଇଥିଲା। ଫଳରେ ଆବୁଧାବିରୁ କୋଚିକୁ ଯାଉଥିବା ଏହି ବିମାନ ଏକ ନାଳରେ ଖସି ପଡିଥିଲା। ଏହି ବିମାନରେ ୧୦୨ ଯାତ୍ରୀ ରହିଥିଲେ। ଏମାନଙ୍କ ମଧ୍ୟରୁ ୩ଜଣ ଯାତ୍ରୀ ଗୁରୁତର ହୋଇଥିଲେ।

Comments are closed.