ଡୁଡୁକା ଓ ଲୁହୁରାମୁଣ୍ଡା ପଞ୍ଚୟାତରେ ହାତୀ ଆତଙ୍କ

ଆଗଲପୁର:ଡୁଡୁକା ଓ ଲୁହୁରାମୁଣ୍ଡା ପଞ୍ଚୟାତରେ ହାତୀ ପଲ ପାଚିଲା ଧାନ ଖାଇଯିବା ସହ ପସଲ ନଷ୍ଟ କରୁଥିବାରୁ ଚାଷୀମାନେ ଆତଙ୍କିତ ହୋଇପଡିଛନ୍ତି। ବନ ବିଭାଗ ଏହି ହାତୀ ପଲକୁ ସୁରକ୍ଷିତ ଭାବେ ଜଙ୍ଗଲକୁ ଘଉଡାଇବା ସହ ଫସଲ ନଷ୍ଟର ଆକଳନ କରି କ୍ଷତିପୂରଣ ଦେବାକୁ ଚାଷୀ ମହଲରେ ଦାବି ହେଉଛି।

ଆଗଲପୁର ବ୍ଲକ ଅନ୍ତର୍ଗତ ଛେଲିଆପାଟ ଜଙ୍ଗଲରେ ଦୀର୍ଘ ବର୍ଷ ହେବ ୩୦/୪୦ ହାତୀ ରହି ଆସୁଛନ୍ତି। ଏହି ହାତୀ ପଲ ଗତ କିଛିଦିନ ହେବ ଛେଲିଆପାଟ ଜଙ୍ଗଲ ଛାଡି ଅନ୍ୟତ୍ର ଚାଲି ଯାଇଥିଲେ। ପୁଣି ଏହି ହାତୀ ପଲ ଗତ ୨୫ ତାରିଖ ଛେଲିଆପାଟ ଜଙ୍ଗଲକୁ ଫେରିବା ସହ ଡୁଡୁକା ପଞ୍ଚାୟତ ଓ ଲୁହୁରାମୁଣ୍ଡା ପଞ୍ଚାୟତର ଚାଷୀମାନେ କହିଛନ୍ତି। ଗତ ୨୬ ତାରିଖରେ କୁଡାଡେରା, ମହାକୁରପାଲି, କେଶାଇପାଲି, ଶଙ୍ଖୁଆ, ରାମପୁର ନିକଟରେ ୪ଟି ହାତୀ ଓ ଶାବକ ଚଳପ୍ରଚଳ କରୁଥିବା ଏହି ଗାଁର ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ଏହି ଖବର ପାଇବା ପରେ ବନବିଭାଗ ପକ୍ଷରୁ ହାତୀ ପଲର ଗିତିବିଧି ଉପରେ ନଜର ରଖିଥିବା ସୂଚନା ମିଳିଛି। ବନ ବିଭାଗର ସୂଚନା ଅନୁସାରେ, ଲୁହୁରାମୁଣ୍ଡା ତଥା ଶଙ୍ଖୁଆ, କୁଡାଡେରା, ରାମପୁର, ଡୁଡୁକା ଅଞ୍ଚଳରେ ଏବେ ହାତୀ ଚଳପ୍ରଚଳ କରୁଥିବା ବେଳେ ଗତ ବୁଧୁବାର ରାତିରେ ଶଙ୍ଖୁଆ ଗ୍ରମର ଚିନ୍ତାମଣି ସାହୁଙ୍କ ଧାନ ଫସଲ ଖାଇ ନଷ୍ଟ କରିଥିବାର ଅଭିଯୋଗ ହୋଇଥିଲା।

ପୁଣି ୨୦ ତାରିଖ ରାତିରେ ଡୁଡୁକା ଗ୍ରାମର କେତେକ ଚାଷୀଙ୍କ ଧାନ ଫସଲ ଖାଇବା ସହ ଦଳି ଚକଟି ନଷ୍ଟ କରିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ବନ ବିଭାଗର ତଥ୍ୟ ଅନୁଯାୟୀ, ଖରିଫ ଋତୁରେ ଛେଲିଆପାଟ ଜଙ୍ଗଲର ଚାରିପଟେ ଧାନ ଚାଷ ହୋଇଥିବାରୁ ଛେଲିଆପାଟ ଜଙ୍ଗଲ ନିକଟରେ ଥିବା ଗ୍ରାମଗୁଡ଼ିକରେ ହାତୀମାନେ ଆତଙ୍କ ଖେଳାଇଥାନ୍ତି। ସେହିପରି ରବି ଋତୁରେ ସାଲେଭଟା, ଡୁଡୁକା, ଲୁହୁରାମୁଣ୍ଡ ପଞ୍ଚୟତାରେ ଡାଳୁଅ ଧାନ ହେଉଥିବାରୁ ବିଷେଷ କରି ଏହି ପଞ୍ଚାୟତ ଅଞ୍ଚଳରେ ହାତୀ ପଲ ଚଳପ୍ରଚଳ କରିଥାନ୍ତି। ଡାଳୁଅ ଧାନ ଖାଇ ହାତୀ ପଲ ଲୁହୁରାମୁଣ୍ଡାରୁ ବାହାରି ରାମପୁର, ଡୁଡୁକା ମୁଖ୍ୟ ରାସ୍ତାରେ ପ୍ରତ୍ୟହ ଅଙ୍ଗନଦୀକୁ ପାଣି ପିଇବାକୁ ଯାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ପାଣି ପିଇ ହାତୀ ପଲ ଛେଲିଆ ଜଙ୍ଗଲକୁ ହାତୀ ପଲ ଫେରୁଥିବା ଜଣାପଡିଛି। ଏହି ବିଷୟରେ ଅଞ୍ଚଳବାସୀ ଛେଲିଆପାଟ ଜଙ୍ଗଲରେ ତାର ବାଡ ଦେବା ପାଇଁ ବନ ବିଭାଗ ତଥା ଜିଲା ପ୍ରଶାସନର ବାରମ୍ବାର ଦୃଷ୍ଟି ଆକର୍ଷଣ କରିଆସୁଥିଲେ ମଧ୍ୟ କେହି ଦୃଷ୍ଟି ଦେଉ ନାହାନ୍ତି। ଚାଷୀଙ୍କ ଏହି ସମସ୍ୟାକୁ ହୃଦୟଙ୍ଗମ କରି ଛେଲିଆ ଜଙ୍ଗଲର ଚାରିପଟେ ତାର ବାଡ ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

Comments are closed.