ଟ୍ରମ୍ପଙ୍କୁ ଝଟକା, ନିଜ ଦଳର ସିନେଟର କରୁଛନ୍ତି ବିରୋଧ

0

ଓ୍ୱାଶିଂଟନ .. –  ଆମେରିକାରେ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ ଝଟକା ଲାଗିଛି । ପ୍ରଥମ ଥର ପାଇଁ ତାଙ୍କ ଦଳ ପକ୍ଷରୁ ତାଙ୍କୁ ବିରୋଧ କରାଯାଇଛି । ଆଫଗାନୀସ୍ତାନ ଓ ସିରିୟାରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଟ୍ରମ୍ପ ନେଇଥିବା ନିଷ୍ପତ୍ତିକୁ ବିରୋଧ କରାଯାଇଛି । ସିନେଟ୍‌ରେ ଏହି ପ୍ରସ୍ତାବ ବିରୋଧରେ ବହୁ ଭୋଟ୍‌ ପଡିଛି । ଟ୍ରମ୍ପଙ୍କ ଏହି ପ୍ରସ୍ତାବକୁ ତାଙ୍କର ନିଜ ଦଳର ଲୋକ ବିରୋଧ କରିଛନ୍ତି । ସିନେଟ୍‌ର ତାଙ୍କ ଦଳର ଲୋକ ପ୍ରସ୍ତାବ ବିରୋଧରେ ମତଦାନ କରିଛନ୍ତି । ଏହି ପ୍ରସ୍ତାବକୁ ରିପବ୍ଲିକାନ ସିନେଟରମାନେ ବିରୋଧ କରିଛନ୍ତି ।

ଡିସେମ୍ବର ମାସରେ  ଟ୍ରମ୍ପ ଟ୍ୱିଟ କରି ସିରିୟାରୁ ୨ହଜାର ସୈନ୍ୟଙ୍କୁ ଫେରାଇ ଆଣିବା ପାଇଁ ପ୍ରସ୍ତାବ ଦେଇଥିଲେ । ମାତ୍ର ସୈନ୍ୟମାନଙ୍କୁ ଫେରାଇ ଆଣିଲେ ଆଇଏସ୍‌ଆଇଏସ୍‌ ଓ ଅଲକାଏଦାର ଆତଙ୍କବାଦୀମାନେ ପୁଣି ଆମେରିକା ପାଇଁ ବିପଦ ହୋଇ ପାରନ୍ତି ବୋଲି ଆମେରିକାର ଅନେକ ବିଶେଷଜ୍ଞ ଆଶଙ୍କା ପ୍ରକାଶ କରିଥିଲେ । ରିପବ୍ଲିକାନ୍‌ ପାର୍ଟିର

Leave A Reply