ପୁଣି ବଢିଲା ବସ୍‌ ଭଡ଼ା

ଭୁବନେଶ୍ବର: ତୈଳଦର ବୃଦ୍ଧି ଯୋଗୁଁ ରାଜ୍ୟରେ ବସ୍‌ ଭଡ଼ା ପୁଣି ଥରେ ବୃଦ୍ଧି ପାଇଛି। ଅର୍ଡିନାରୀ ଓ ଏକ୍ସପ୍ରେସ ବସ୍‌ ଭଡ଼ା କିଲୋମିଟର ପିଛା ୫ ପଇସା ବଢିଛି। ଅର୍ଡିନାରୀ ବସ୍‌ ଭଡ଼ା ୮୦ ପଇସା ଥିଲା କିନ୍ତୁ ଏବେ ୮୫ ପଇସା ହୋଇଛି। ସେହିପରି ଏକ୍ସପ୍ରେସ୍‌ ବସ୍‌ ଭଡ଼ା ଥିଲା ୮୪ ପଇସା, ଏବେ ହୋଇଛି ୮୯ ପଇସା। ଡିଲକ୍ସ ଓ ଏସି ଡିଲକ୍ସ ବସ୍‌ ଭଡ଼ା ୧୦ ପଇସା ଲେଖାଏଁ ବୃଦ୍ଧି ପାଇଛି। ଡିଲକ୍ସ ବସ୍‌ ଭଡ଼ା ୧.୧୧ ପଇସା ଥିଲା, ଏବେ ଏହା ବଢି ୧.୨୧ ପଇସାରେ ପହଞ୍ଚିଛି। ଏସି ବସ୍‌ ଭଡ଼ା ୧.୩୯ ପଇସା ଥିବା ବେଳେ ଏବେ ତାହା ୧.୪୯ ପଇସା ହୋଇଛି। ଅପରପକ୍ଷରେ, ସୁପର ପ୍ରିମିୟର ବସ୍‌ ଭଡ଼ା ୨.୧୭ରୁ ୨.୩୨ ପଇସା ହୋଇଛି।

ସୂଚନାଯୋଗ୍ୟ, ଚଳିତ ବର୍ଷ ଜାନୁଆରୀ ମାସରେ ବସ୍‌ ଭଡ଼ା ବୃଦ୍ଧି ପାଇଥିବା ବେଳେ ଏବେ ପୁଣି ଦ୍ବିତୀୟ ଥର ପାଇଁ ବଢିଛି।

Comments are closed.