ପୁଣି ଗଞ୍ଜାମ ରୋଗୀ ଭୁବନେଶ୍ୱରରେ ହଟହଟା : ଚିକିତ୍ସାରେ ବିଳମ୍ବ, ଆଖି ବୁଜିଲେ ଅବସରପ୍ରାପ୍ତ ସେନା ଅଧିକାରୀ

ଦିଗପହଣ୍ଡି : ଗଞ୍ଜାମରୁ ଆସିଥିବାରୁ ଭୁବନେଶ୍ବରରେ ଘରୋଇ ଡାକ୍ତରଖାନାରେ ଠିକ୍ ସମୟରେ ଜଣେ ଅବସରପ୍ରାକ୍ତ ସେନା ଅଧିକାରୀଙ୍କୁ ମିଳିନଥିଲା ଚିକିତ୍ସା । ପଜିଟିଭ ସନ୍ଦେହରେ ମୃତଦେହ ସତ୍କାରରେ ଯୋଗ ଦେବାକୁ ମନା କଲେ ସମ୍ପର୍କୀୟ । ଶେଷରେ ଭୁବନେଶ୍ୱରସ୍ଥିତ ସତ୍ୟନଗର ଶ୍ମଶାନରେ କରାଗଲା ଅନ୍ତିମ ସତ୍କାର କରାଯାଇଥିବା ମୃତକଙକକ ପୁଅ ଅଭିଯୋଗ କରିଛନ୍ତି।

ସୂଚନା ପ୍ରକାରେ ଦିଗପହଣ୍ଡି ଚିକିଟିଆ ସାହି ବାସିନ୍ଦା ନିରାକାର ବିଷୋୟୀଙ୍କ ୭୫ ବର୍ଷ ବୟସରେ ଗୁରୁବାର ଭୋରରେ ପରଲୋକ ହୋଇଛି। ସେ ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ଥିଲେ । ଖେମୁଣ୍ଡି ଭିଜନ ବା ନିରାକାର ଭିଜନ ସେଟ୍ ଲାଇଟ୍ ଚ୍ୟାନେଲର ମାଲିକ ଭାବେ ସେ ସମଗ୍ର ଅଞ୍ଚଳରେ ଖ୍ୟାତି ଅର୍ଜନ କରିଥିଲେ। ଗତ ୧୭ ତାରିଖରେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପ୍ରଥମେ ବ୍ରହ୍ମପୁର ବଡ ମେଡ଼ିକାଲକୁ ନିଆଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ଡାକ୍ତର ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ। ୧୮ତାରିଖ ରାତିରେ ଏକ ଘରୋଇ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭୁବନେଶ୍ୱର ନିଆଯାଇଥିଲା।

ପ୍ରଥମେ ଭୁବନେଶ୍ୱର ସମ ହସ୍ପିଟାଲରେ ପହଁଚିବା ପରେ ସେଠାରେ ବେଡ଼ ଖାଲି ନାହିଁ କହି ରାତି ୧୧ଟା ବେଳେ ଚିକିତ୍ସା ପାଇଁ ମନା କରାଯାଇଥିଲା ବୋଲି କହିଛନ୍ତି ନିରାକାରଙ୍କ ପୁଅ। ତା ପରେ ଫୋନ ମାଧ୍ୟମରେ ବିବେକାନନ୍ଦ ଘରୋଇ ହସ୍ପିଟାଲକୁ ପରାମର୍ଶ କରି ସେଠାକୁ ଯାଇଥିଲେ। ରାତି ୨ଟାରେ ସେଠାରେ ମଧ୍ୟ ବେଡ଼ ଖାଲି ନାହିଁ କହି ଫେରାଇ ଦିଆଯାଇଥିଲା। ତାପରେ ପହଞ୍ଚି ଥିଲେ କିମସ ହସ୍ପିଟାଲରେ। ହଟସ୍ପଟ ଗଞ୍ଜାମରୁ ଆସିଛ , ଏଠାରୁ ଆମ୍ବୁଲାନ୍ସ ହଟାଅ ବୋଲି ସେଠାକାର କିଛି କର୍ମଚାରୀ କହିଥିଲେ। ତାପରେ ସେହି ହସ୍ପିଟାଲ କର୍ମଚାରୀଙ୍କୁ ନେହୁରା ହୋଇଥିଲେ।

ହସ୍ପିଟାଲରେ ନିରାକାରଙ୍କ ସ୍ୱାବ ପରୀକ୍ଷା କରାଯାଇଥିଲା। ରିପୋର୍ଟ ନେଗେଟିଭ ଆସିବା ପରେ ତାଙ୍କୁ ସକାଳ ୮ଘଣ୍ଟା ପରେ ଆସିବା ପାଇଁ ମେଡ଼ିକାଲ କର୍ମଚାରୀଙ୍କ ତରଫରୁ ନିର୍ଦେଶ ଦିଆଯାଇଥିଲା। ଏପଟେ ବାପା ନିରାକାରଙ୍କ ସ୍ୱାସ୍ଥ୍ୟାବସ୍ଥା ବେଳକୁ ବେଳ ବିଗିଡିବାରେ ଲାଗିଲା। ପୁଣି ପୁଅ ଆଲୋକ ଆମ୍ବୁଲାନ୍ସ ଚାଳକଙ୍କ ପରାମର୍ଶକ୍ରମେ ସଂଜୀବନି ଘରୋଇ ହସ୍ପିଟାଲରେ ଚିକିତ୍ସା କରାଇ ଆଉ ଅଧିକ ୨ଦିନ ବଞ୍ଚାଇ ପାରିଥିଲେ।
ପୁଅ ଆଲୋକ ବାପାଙ୍କୁ ଆମ୍ବୁଲାନ୍ସରେ ଧରି ରାତିସାରା ଭୁବନେଶ୍ୱରର ହସ୍ପିଟାଲକୁ ହସ୍ପିଟାଲ ଘୁରି ବୁଲୁଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ଭୋରରେ ତାଙ୍କର ମୃତ୍ୟୁ ଘଟିଥିଲା। ଭୁବନେଶ୍ୱର ସତ୍ୟନଗର ଶ୍ମଶାନରେ ତାଙ୍କ ମୃତଦେହର ଅନ୍ତିମ ସତ୍କାର କରାଯାଇଛି।

Comments are closed.