ଶିମିଳିପାଳରେ ପୁଣି ନିଆଁ, ୪୭ ସ୍ଥାନ ଜଳୁଛି

ମୟୂରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟରେ ପୁଣି ଥରେ ନିଆଁ ଲାଗିଛି। ଏଥର ବି ସାଟେଲାଇଟ ସୂତ୍ରରୁ ଏହି ସୂଚନା ମିଳିଛି। ଶିମିଳିପାଳ ଦକ୍ଷିଣ ଡିଭିଜନର ୪୭ ସ୍ଥାନରେ ନିଆଁ ଲାଗିଥିବା ନେଇ ସାଟେଲାଇଟରୁ ଜଣାପଡ଼ିଥିବା ଅଭୟାରଣ୍ୟର କ୍ଷେତ୍ର ନିର୍ଦେଶକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ନିକଟରେ କିଛିଦିନ ତଳେ ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିଥିଲା। ଅନେକ ଦିନ ଧରି ନିଆଁ ଲାଗି ରହିବାରୁ ବହୁ ମୂଲ୍ୟବାନ ବୃକ୍ଷ ଜଳି ନଷ୍ଟ ହୋଇଯାଇଥିଲା। ଜୀବଜନ୍ତୁଙ୍କ ଜୀବନ ବିପଦରେ ପଡ଼ିଥିଲା। ରାଜ୍ୟ ସରକାର ନିଆଁ ଲିଭାଇବା ପାଇଁ ସ୍ବତନ୍ତ୍ର ଟାସ୍କଫୋର୍ସ ଗଠନ କରିଥିଲେ। ବର୍ଷା ସାଙ୍ଗକୁ ଟାସ୍କଫୋର୍ସ ଉଦ୍ୟମରେ ନିଆଁକୁ ଆୟତ୍ତ କରାଯାଇଥିଲା। ଏବେ ପୁଣି ଥରେ ନିଆଁ ଲାଗିଥିବା ସୂଚନା ମିଳିବା ପରେ ପରିବେଶବିତ୍‌ଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି। ନିଆଁ ଲିଭାଇବାକୁ ସରକାର ତତ୍ପରତାର ସହ ପଦକ୍ଷେପ ନେବା ଜରୁରୀ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

Comments are closed.