ଏମାର ମଠରୁ ମିଳିଲା ରୁପା ଇଟା

ପୁରୀ: ପୁରୀ ଏମାର ମଠରୁ ରୁପା ଇଟା ମିଳିଛି। ଏମାର ମଠର ୪ ନମ୍ବର କୋଠରୀରୁ ୮ଖଣ୍ଡ ରୁପା ଇଟା ମିଳିଥିବା ଜଣାପଡ଼ିଛି।

ରାଜ୍ୟ ଦେବୋତ୍ତର କମିଶନର ଏମାର ମଠ ମହନ୍ତଙ୍କୁ କ୍ଷମତାଚ୍ୟୁତ କରିବା ପରେ ଗତ ଶୁକ୍ରବାର ନବଗଠିତ ଟ୍ରଷ୍ଟ ବୋର୍ଡ ମଠ ପରିଚାଳନା ଦାୟିତ୍ଵ ଗ୍ରହଣ କରିଥିଲା। ଏହା ପରେ ତାଲିକା ପ୍ରସ୍ତୁତ ସମୟରେ ମଠର ଗାଦି ଘରୁ ୧୬ଟି ପୁରୁଣା ଖଣ୍ଡା ମିଳିଥିଲା। ଏହା ସହିତ ଝୁଲଣ ମଣ୍ଡପ ଘରୁ ୨ଟି ରୁପା ଫୁଲଦାନୀ ସମେତ ୩ଟି ରୁପା ଫୁଲଦାନୀ ସମେତ ରୁପା ଫୁଲ ଏବଂ ରୁପା ବାସନ ମିଳିଥିଲା।

ପୂର୍ବରୁ ୨୦୧୦ରେ ଏମାର ମଠରୁ ୪୭ ଖଣ୍ଡ ରୁପା ଇଟା ମିଳିଥିଲା। ଏହି ଇଟା ମହନ୍ତଙ୍କ ଦାୟିତ୍ଵରେ ରହିଥିଲା। ଟ୍ରଷ୍ଟ ବୋର୍ଡ ପରିଚାଳନା ଦାୟିତ୍ଵ ନେବା ପରେ ୪ ନମ୍ବର କୋଠରୀରୁ ୮ ଖଣ୍ଡ ରୁପା ଇଟା ମିଳିଛି।

Comments are closed.