୧୪ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପଦ୍ମଥପା ଗ୍ରାମକୁ ଆବଦ୍ଧାଞ୍ଚଳ ଘୋଷଣା

ଲାଞ୍ଜିଗଡ଼ : ଲାଞ୍ଜିଗଡ ବ୍ଲକ ବେନଗାଁ ଗ୍ରାମ ପଞ୍ଚାୟତର ପଦ୍ମଥପା ଗ୍ରାମରେ ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ପରେ ଅଞ୍ଚଳରେ ସତର୍କତା ତଥା ସଚେତନତା ପଦକ୍ଷେପ ନେବା ପାଇଁ ଜିଲ୍ଲା ପ୍ରଶାସନ ତଥା ବ୍ଲକ ପ୍ରଶାସନ ନିର୍ଦ୍ଦେଶରେ ବେନଗାଁ ପଞ୍ଚାୟତ କର୍ତ୍ତୃୃପକ୍ଷ ପଦ୍ମଥପା ଗ୍ରାମରେ ବ୍ୟାରିକେଟ ନିର୍ମାଣ କରିବା ସହ ଆବଦ୍ଧାଞ୍ଚଳ ଘୋଷଣା କରିଛନ୍ତି । ବେନଗାଁ ସରପଞ୍ଚ ସୁକାନ୍ତି ମାଝୀ, ବେନଗାଁ ପଞ୍ଚାୟତ ନିର୍ବାହି ଅଧିକାରୀ ମନୋଜ ଶବର,ବ୍ଲକ ପୂର୍ବତନ ଉପାଦକ୍ଷ ଜଗଦୀଶ ବେନିଆଁ ପ୍ରମୁଖ ଆବଦ୍ଧାଞ୍ଚଳରେ ବୁଲି ଦେଖିବା ସହିତ ଲାକଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ସେହିପରି ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏକ ହେଲଥ ଟିମ୍ ଆକ୍ରାନ୍ତଙ୍କ ସହିତ ଆଲୋଚନା କରି ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଏନେଇ ଲାଞ୍ଜିଗଡ଼ ତହସିଲଦାର ମୁନିନ୍ଦ୍ର ହୋନ୍ନାଙ୍ଗାଙ୍କୁ ପଚାରିବାରୁ ମେ ୭ ତାରିଖ ଠାରୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଆବଦ୍ଧାଞ୍ଚଳ ଘୋଷଣା କରାଯାଇଛି ବୋଲି ପ୍ରକାଶ କରିଛନ୍ତି।

Comments are closed.