ଭାରତରେ ପହଞ୍ଚିଲା ଆଉ ୩ ରାଫେଲ ବିମାନ; ୟୁଏଇରେ ଇନ୍ଧନ ଭର୍ତି ଲାଗି ଅଟକିଥିଲା କିଛି ସମୟ

ପ୍ୟାରିସ: ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପ, ଚୀନ ସହ ତିକ୍ତତା ମଧ୍ୟରେ ଭାରତ ନିଜର ବାୟୁସେନାକୁ କ୍ରମାଗତ ଭାବରେ ସୁଦୃଢ଼ କରିବାରେ ଲାଗିଛି । ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ୮ଟି ରାଫେଲ ଯୁଦ୍ଧ ବିମାନ ଭାରତରେ ପହଞ୍ଚିଥିବାବେଳେ ଆଜି ଆଉ ୩ଟି ରାଫେଲ ଭାରତରେ ପହଞ୍ଚିଛି । ୟୁଏଇରେ ଏହି ବିମାନଗୁଡ଼ିକୁ ଇନ୍ଧନ ଯୋଗାଣ କରାଯାଇଥିଲା ଓ ସେଠାରେ ଇନ୍ଧନ ଭର୍ତି କରି କିଛି ସମୟ ପୂର୍ବରୁ ବିମାନଗୁଡ଼ିକୁ ଭାରତରେ ପହଞ୍ଚିଛି।

ଗତବର୍ଷ ସେପ୍ଟେମ୍ବର ୧୦ରେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲା ପ୍ରଥମ ପର୍ୟ୍ୟାୟ ରାଫେଲ ଯୁଦ୍ଧ ବିମାନ । ଫ୍ରାନ୍ସରୁ ଆସିଥିବା ୫ ରାଫେଲ ବିମାନକୁ ବିଧିବଦ୍ଧ ଭାବରେ ବାୟୁସେନାରେ ସାମିଲ କରାଇଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ୨୯ ଜୁଲାଇରେ ପ୍ରଥମ ପର୍ୟ୍ୟାୟରେ ପାଞ୍ଚ ରାଫେଲ ଯୁଦ୍ଧ ବିମାନ ଫ୍ରାନ୍ସରୁ ଆସି ଭାରତରେ ପହଞ୍ଚିଥିଲା  ପରବର୍ତୀ ପର୍ଯ୍ୟାୟରେ ଆଉ ୩ଟି ରାଫେଲ ଆସିଥିବାବେଳେ ଏବେ ଆଉ ୩ଟି ପହଞ୍ଚିବ । ଏହାକୁ ମିଶାଇ ଭାରତରେ ରାଫେଲ ସଂଖ୍ୟା ୧୧ ହେବ । ଚଳିତ ବର୍ଷ ଶେଷ ସୁଦ୍ଧା ଫ୍ରାନ୍ସକୁ ବରାଦ ଦିଆଯାଇଥିବା ସମସ୍ତ ରାଫେଲ ବିମାନ ଭାରତରେ ପହଞ୍ଚିଯିବ ବୋଲି ଆଶା କରାଯାଉଛି ।

୫ମ ପିଢ଼ିର ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଲଢ଼ୁଆ ବିମାନ ଭାବରେ ପରିଚିତ । ଏହାର ସମକକ୍ଷ ଲଢ଼ୁଆ ବିମାନ ପାକିସ୍ତାନ କିମ୍ବା ଚୀନ ନିକଟରେ ନ ଥିବା କୁହାଯାଉଛି ।

Comments are closed.