ମିଶନ ଶକ୍ତି ପରେ ଏବେ ମହାକାଶରେ ଯୁଦ୍ଧାଭ୍ୟାସ କରିବ ଭାରତ

ନୂଆଦିଲ୍ଲୀ : ଆଣ୍ଟି ସାଟେଲାଇଟ(ଏ-ସ୍ୟାଟ) କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପରେ ଭାରତ ମହାକାଶରେ ପ୍ରଥମ ସମରାଭ୍ୟାସ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଏଥିପାଇଁ ଭାରତ ପକ୍ଷରୁ ନିକଟରେ ଟ୍ରାଇ-ସର୍ଭିସ ଡିଫେନ୍ସ ସ୍ପେସ୍‍ ଏଜେନ୍ସି ଆରମ୍ଭ ହୋଇଛି। ମିଶନ ଶକ୍ତି ଜରିଆରେ ଭାରତ ଚୀନକୁ ଟକ୍କର ଦେଇଥିଲା। ଏବେ ମହାକାଶରେ ସମରାଭ୍ୟାସ କରି ଭାରତ ଗୋଟିଏ ପାଦ ଆଗକୁ ଯିବାକୁ ଚେଷ୍ଟା କରିଛି।
ମହାକାଶରେ ସମରାଭ୍ୟାସ ପାଇଁ ‘ଇଣ୍ଡସ୍ପେସ୍‍ଏକ୍ସ’ ନାମକ ଏକ ଅଭିଯାନ ଆରମ୍ଭ କରାଯାଇଛି। ଏହି ସମରାଭ୍ୟାସ ‘ଟେବୁଲ ଟପ୍‍ ଗେମ’ ଉପରେ ଆଧାରିତ ହେବ। ଏଥିରେ ବଛା ବଛା ସୈନ୍ୟ ଏବଂ ବୈଜ୍ଞାନିକ ଭାଗ ନେବେ। ମହାକାଶରେ ଥିବା ନିଜ ସମ୍ପତ୍ତିର ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ ଏହି ସମରାଭ୍ୟାସ କରାଯିବ।
ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ମହାକାଶରେ ନିରୀକ୍ଷଣ, ଯୋଗାଯୋଗ, କ୍ଷେପଣାସ୍ତ୍ରର ପୂର୍ବ ଚେତାବନୀ ଏବଂ ସଠିକ ଲକ୍ଷ୍ୟଭେଦର ଆବଶ୍ୟକତା ରହିଛି। ଏହାଦ୍ୱାରା ଆମ ସଶସ୍ତ୍ର ବଳର ବିଶ୍ୱସନୀୟତା ବୃଦ୍ଧି ପାଇବା ସହ ଜାତୀୟ ସୁରକ୍ଷା ମଜଭୁତ ହେବ। ଏହା ମାଧ୍ୟମରେ ଭାରତର କାଉଣ୍ଟର-ସ୍ପେସ୍‍ କ୍ଷମତାର ଆକଳନ କରିହେବ।

Comments are closed.