୧୮ ମତ୍ସ୍ୟଜୀବୀଙ୍କୁ ମୁକ୍ତ କଲା ଇରାନ

0

ବାଙ୍ଗାଲୋର : ଇରାନ କର୍ତ୍ତୃପକ୍ଷ ଗିରଫ କରିଥିବା ୧୮ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିଛନ୍ତି। ମୁକ୍ତ ହୋଇଥିବା ମତ୍ସ୍ୟଜୀବୀମାନେ କର୍ଣ୍ଣାଟକ ଉତ୍ତର କନ୍ନଡ ଜିଲାର ବାସିନ୍ଦା। ଗତ ଜୁଲାଇ ୨୭ରେ ଏହି ମତ୍ସ୍ୟଜୀବୀମାନେ ବେଆଇନ ଭାବେ ଇରାନର କିସକ୍ ଆଇଲ୍ୟାଣ୍ଡରେ ପ୍ରବେଶ କରିଥିବାରୁ ସେମାନଙ୍କୁ ଗିରଫ କରାଯାଇଥିଲା। ମତ୍ସ୍ୟଜୀବୀମାନେ ୟୁଏଇର ଜଣେ ବ୍ୟବସାୟୀ ତିନିଟି ଡଙ୍ଗାରେ କାମ କରୁଥିଲେ। ତେବେ ଭାରତ ସରକାରଙ୍କ ହସ୍ତକ୍ଷେପ ପରେ ଇରାନ କର୍ତ୍ତୃପକ୍ଷ ସେମାନଙ୍କୁ ମୁକ୍ତ କରିଛନ୍ତି।

Leave A Reply