ନିଜ ଫାର୍ମର ଷ୍ଟ୍ରବେରୀ ଖାଇ, ଭିଡ଼ିଓ ସେୟାର କଲେ ଧୋନୀ

ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସୋସିଆଲ ମିଡିଆରେ ଅତ୍ୟଧିକ ସକ୍ରିୟ ନୁହଁନ୍ତି, କିନ୍ତୁ ଶୁକ୍ରବାର ଦିନ ଏକ ଭିଡିଓ ସେୟାର କରି ସେ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଧୋନୀ ପ୍ରାୟ ପାଞ୍ଚ ମାସ ପରେ ଏହି ପୋଷ୍ଟ ସେୟାର କରିଛନ୍ତି। ଗତ ବର୍ଷ ଅଗଷ୍ଟ ୧୫ରେ ଧୋନି ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ।

 

View this post on Instagram

 

A post shared by M S Dhoni (@mahi7781)


ଆନ୍ତର୍ଜାତୀୟ କ୍ରିକେଟ୍ କୁ ବିଦାୟ ଦେବା ପରେ ଧୋନୀ ଆଜିକାଲି ଜୈବିକ ଚାଷରେ ବ୍ୟସ୍ତ ଅଛନ୍ତି। ସେ ନିଜ ଗାଁ ରାଞ୍ଚିରେ ଚାଷର ଭିଡିଓ ସେୟାର କରିଛନ୍ତି। ଜମିରେ ଷ୍ଟ୍ରବେରୀ ଫଳ ଚାଷ କରୁଥିବା ଦେଖିବାକୁ ମିଳିଛି।

ଧୋନି ଏହି ଭିଡିଓରେ ଷ୍ଟ୍ରବେରୀ ଖାଉଥିବା ନଜର ଆସିଛନ୍ତି। ଧୋନି ଲେଖିଛନ୍ତି- ଯଦି ସେ ଏହିପରି ଭାବରେ ଫାର୍ମକୁ ଆସନ୍ତି, ତେବେ ବଜାରରେ ବିକ୍ରୟ ଗୋଟିଏ ବି ଷ୍ଟ୍ରବେରୀ ରହିବ ନାହିଁ।

ଧୋନୀଙ୍କ ଏହି ଭିଡିଓ କିଛି ମିନିଟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଧୋନୀ ଆଇପିଏଲ-୨୦୨୦ ପରେ ତାଙ୍କ ପରିବାର ସହିତ ସମୟ ବିତାଉଛନ୍ତି।

Comments are closed.