ନବବିବାହିତ ଦମ୍ପତିଙ୍କ ଆତ୍ମହତ୍ୟା: ୪ ଦିନରେ ଶେଷ ହୋଇଗଲା ୪ ବର୍ଷର ପ୍ରେମ

ରେଳଧାରଣାରୁ ମିଳିଲା ପତିର ମୃତଦେହ, ଦଉଡି଼ ଦେଇ ଜୀବନ ହାରିଲା ପତ୍ନୀ

ଗାଜିଆବାଦ: ୪ ବର୍ଷ ଧରି ପ୍ରେମ ସମ୍ପର୍କରେ ଥିବା ପ୍ରେମୀ ଯୁଗଳ ବିବାହ କଲେ, କିନ୍ତୁ ବିବାହର ୪ ଦିନ ପରେ ଦୁହେଁ ଆତ୍ମହତ୍ୟା କରିଛନ୍ତି। ଏଭଳି ଏକ ହୃଦୟ ବିଦାରକ ଖବର ଆସିଛି ଉତ୍ତରପ୍ରଦେଶର ଗାଜିଆବାଦରୁ। କବିନଗର ଥାନା ଅନ୍ତର୍ଗତ ଗୋବିନ୍ଦପୁରମ୍‍ ଅଞ୍ଚଳ ନିବାସୀ ବିଶାଲ ଓ ନିଶା ଉଭୟ ଜୁନ୍‌ ୨୯ରେ ପ୍ରେମ ବିବାହ କରିଥିଲେ ହେଁ ଜୁଲାଇ ୩ ତାରିଖରେ ଯୁବକଙ୍କ ମୃତଦେହ ରେଳ ଧାରଣରୁ ମିଳିଥିଲା। ଏହାର ଗୋଟିଏ ଦିନ ପରେ ନିଶା ଦଉଡି଼ ଦେଇ ଆତ୍ମହତ୍ୟା କରିଥିଲେ। ଉଭୟଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ସୂଚନା ଅନୁସାରେ, ବିଶାଲ ନୋଏଡାର ଆଇଟି କମ୍ପାନୀରେ ଚାକିରୀ କରିଥିଲେ। ସେ ଗତ ୪ବର୍ଷ ହେବ ନିଶାଙ୍କ ସହ ପ୍ରେମ ସମ୍ପର୍କରେ ଥି ଲେ। ପରିବାର ଲୋକଙ୍କ ସହମତିରେ ଜୁନ୍‌ ୨୯ରେ କୋଭିଡ ନିୟମକୁ ପାଳନ କରି ଉଭୟଙ୍କ ବିବାହ ସମ୍ପର୍ଣ୍ଣ ହୋଇଥିଲା। ହେଲେ ବିବାହର ୪ ଦିନ ପରେ ରେଳ ଧାରଣାରୁ ବିଶାଲଙ୍କ ମୃତଦେହ ମିଳିଥିଲା। ବିଶାଲଙ୍କ ମୃତ୍ୟୁ ପରେ ନିଶା ମଧ୍ୟ ଫ୍ୟାନରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିଲେ। ନବଦମ୍ପତିଙ୍କ ଏଭଳି ମୃତ୍ୟୁ ଖବର ଶୁଣିବା ପରେ ଉଭୟ ପରିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

Comments are closed.