୧୩୪ ଦିନ ପରେ ଖୋଲିଲା ଜାମିଆ ମସ୍‌ଜିଦ

ଶ୍ରୀନଗର: ଦୀର୍ଘ ୧୩୪ ଦିନ ପରେ ସ୍ଥାନୀୟ ଐତିହାସିକ ଜାମିଆ ମସ୍‌ଜିଦରେ ପ୍ରାର୍ଥନା ଅନୁଷ୍ଠିତ ହୋଇଛି। ଅଗଷ୍ଟ ୫ରେ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନେଇ ପ୍ରତିଷେଧମୂଳକ ପଦକ୍ଷେପ ସ୍ବରୂପ ସରକାର କାଶ୍ମୀର ଉପତ୍ୟକାରେ କଡ଼ା କଟକଣା ଜାରି କରିଥିଲେ। ଏହି ପରିପ୍ରେକ୍ଷୀରେ ମସ୍‌ଜିଦ ବନ୍ଦ ରହିଥିଲା ଓ ସେଠାରେ ପ୍ରାର୍ଥନା ହୋଇପାରୁ ନ ଥିଲା। ଉପତ୍ୟକାରେ କଟକଣା କୋହଳ ହେବା ସହିତ ବୁଧବାର ପ୍ରଥମ ଥର ପାଇଁ ଏହାର ଫାଟକ ଖୋଲାଯିବା ସହ ପ୍ରାର୍ଥନା ‘ଆଜାନ୍‌’ ପାଇଁ ସୁଯୋଗ ମିଳିଥିଲା। ଆଖପାଖ ଅଞ୍ଚଳରୁ ବହୁ ଲୋକ ଆସି ଏଠାରେ ପ୍ରାର୍ଥନା କରିବା ସହ ବେଶ୍‌ ଆନନ୍ଦ ପ୍ରକାଶ କରିଥିଲେ। ଏଥିସହିତ ମସ୍‌ଜିଦ କମିଟି ପକ୍ଷରୁ ସେଠାରେ ନିୟୋଜିତ ସୁରକ୍ଷାକର୍ମୀଙ୍କୁ ପ୍ରତ୍ୟାହାର କରିନେବା ପାଇଁ ପ୍ରଶାସନକୁ ନିବେଦନ କରାଯାଇଛି। ଏହା ସତ୍ତ୍ବେ ଏଠାରେ ଶୁକ୍ରବାରର ସାପ୍ତାହିକ ସମବେତ ପ୍ରାର୍ଥନା ହେବ କି ନାହିଁ ତାହା ସ୍ପଷ୍ଟ ହୋଇନି।

Comments are closed.