ଆଫ୍ରିକାରେ ସଂକ୍ରମିତ ହେବେ ୨୦୦ନିୟୁତ : ହୁ

ପ୍ୟାରିସ୍‌ : ଆଫ୍ରିକାର ୨୦୦ନିୟୁତ ଜନତା କରୋନା ସଂକ୍ରମିତ ହେବେ ଓ ଦେଢ଼ ଲକ୍ଷରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟିବ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଏପରି ଭବିଷ୍ୟବାଣୀ କରାଯାଇଛି। ଶୁକ୍ରବାର ଉନ୍ମୋଚିତ ବିଏମ୍‌ଜେ ଗ୍ଲୋବାଲ ହେଲ୍‌ଥ ରିପୋର୍ଟକୁ ଉଦ୍ଧାର କରି ହୁ ପକ୍ଷରୁ କୁହାଯାଇଛି ଯେ ୟୁରୋପ ଓ ଆମେରିକାରେ କ୍ରମଶଃ ସଂକ୍ରମଣ ହ୍ରାସ ପାଇବ; କିନ୍ତୁ ବିପଦ ଜାରି ରହିବ। ଆଫ୍ରିକୀୟ ରାଷ୍ଟ୍ରରେ ଏହା ଅଧିକ ଭୟଙ୍କର ରୂପ ନେବ। ସମସ୍ତ ପ୍ରତିକାର ବିଧାନ ସତ୍ତ୍ବେ ଆଫ୍ରିକା ମହାଦେଶର ୪୭ଟି ଦେଶରେ ଏହା ବୃଦ୍ଧି ପାଇବ। ଇଜିପ୍ଟ, ଲିବ୍ୟା, ଜିବୋତି, ମରୋକ୍କେ, ​ସୋମାଲିଆ, ସୁଦାନ, ଟ୍ୟୁନିସିଆ ଆଦି ଦେଶ ସର୍ବାଧିକ ପ୍ରଭାବିତ ହେବ। ଏହି ଅଞ୍ଚଳର ମୋଟ ଜନସଂଖ୍ୟାର ୨୨ପ୍ରତିଶତ; ଅର୍ଥାତ୍‌ ୨୩୧ ନିୟୁତ ଜନତା ସଂକ୍ରମିତ ହେବା ଆଶଙ୍କା ରହିଛି। ସେମାନଙ୍କ ମଧ୍ୟରୁ ପ୍ରାୟ ୫ ନିୟୁତ ଡାକ୍ତରଖାନାରେ ଭର୍ତ୍ତି ହେବେ। ବର୍ଷକ ପର୍ଯ୍ୟନ୍ତ ଏହି ରାଷ୍ଟ୍ରଗୁଡ଼ିକରେ ସଂକ୍ରମଣର ପ୍ରଭାବ ରହିବ ବୋଲି ହୁ ପକ୍ଷରୁ କୁହାଯାଇଛି।

Comments are closed.