ଆଫଗାନିସ୍ତାନ ଶାନ୍ତି ପ୍ରକ୍ରିୟାକୁ ଭାରତର ସମର୍ଥନ

ବୈଦେଶିକ ମନ୍ତ୍ରୀ ଏସ୍‍. ଜୟଶଙ୍କର ସି.ଆଇ.ସି.ଏ. ବୈଦେଶିକ ମନ୍ତ୍ରୀମାନଙ୍କ ସ୍ୱତନ୍ତ୍ର ବୈଠକରେ ଆଜି ଅଂଶଗ୍ରହଣ କରି ଆଫଗାନିସ୍ତାନ ଶାନ୍ତି ପ୍ରକ୍ରିୟାକୁ ଭାରତର ସମର୍ଥନ ବିଷୟ ଦୋହରାଇଛନ୍ତି।। ଏସିଆ ଅଞ୍ଚଳର ସୁରକ୍ଷା ପାଇଁ ବହୁ ରାଷ୍ଟ୍ରୀୟ ସହଯୋଗ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ବୈଠକ ସଂକ୍ରାନ୍ତରେ କିଛି ଟ୍ୱିଟ୍‍ ବାର୍ତ୍ତାରେ ସେ କହିଛନ୍ତି, ବର୍ତ୍ତମାନ ସମୟରେ ଏହାର ଯଥେଷ୍ଟ ଆବଶ୍ୟକତା ରହିଛି।

କରୋନା ମୁକାବିଲାରେ ଆନ୍ତର୍ଜାତିକ ସହଯୋଗରେ ଭାରତର ଅନେକ ଅବଦାନ ରହିଛି ବୋଲି ଜୟଶଙ୍କର କହିଛନ୍ତି। ସେ ଭାରତ-ମଧ୍ୟ ଏସିଆ ସହଯୋଗ ଓ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ସହଯୋଗ ସମ୍ପର୍କରେ ମଧ୍ୟ କହିଛନ୍ତି। ଆତଙ୍କବାଦର ମୂଳୋତ୍ପାଟନ ପାଇଁ ସାମୁହିକ ଉଦ୍ୟମର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।

Comments are closed.