କ୍ରିକେଟ ମ୍ୟାଚ୍‌ ବେଳେ ବିସ୍ଫୋରଣ: ୮ ମୃତ, ୪୩ ଆହତ

0

କାବୁଲ : ଆଫଗାନିସ୍ତାନ ନାଙ୍ଗରହାର ପ୍ରଦେଶରେ ଏକ କ୍ରିକେଟ ମ୍ୟାଚ୍‌ ଚାଲିଥିବା ବେଳେ କ୍ରମାନ୍ୱୟରେ ୩ଟି ବୋମା ବିସ୍ଫୋରଣ ଘଟି ଅନ୍ୟୁନ୍‌ ୮ ଜଣ ପ୍ରାଣ ହରାଇଛନ୍ତି ଓ ୪୩ ଜଣ ଆହତ ହୋଇଛନ୍ତି । ସରକାରୀ ମୁଖପାତ୍ର ଆତାଉଲ୍ଲା ଖୋଗୟାନୀ କହିଛନ୍ତି ଯେ ଶୁକ୍ରବାର ବିଳମ୍ବିତ ରାତିରେ ଜଲାଲାବାଦର ସ୍ପିଂଘର କ୍ରିକେଟ ଷ୍ଟାଡିୟମରେ ଏକ କ୍ରିକେଟ ମ୍ୟାଚ ଚାଲିଥିବାବେଳେ ଦର୍ଶକ ଗ୍ୟାଲେରୀରେ କ୍ରମାନ୍ୱୟରେ ୩ଟି ବୋମା ବିସ୍ଫୋରଣ ଘଟିଥିଲା । ଏଥିରେ କ୍ରିକେଟ ମ୍ୟାଚ୍‌ ଆୟୋଜକଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଛି ଓ ୪୩ ଜଣ ଆହତ ହୋଇଛନ୍ତି । ଜଲାଲାବାଦର ଅନେକ ଆଞ୍ଚଳିକ କ୍ରିକେଟ ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ । ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିନାହାନ୍ତି । ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ୍‌ ଟ୍ୱିଟ୍‌ କରି ବିସ୍ଫୋରଣରେ ତାଲିବାନର ହାତନଥିବା କହିଛନ୍ତି ।

Leave A Reply