ଭାରତର ସହାୟତାକୁ ଆଫଗାନିସ୍ତାନ ଓ ରୁଷର ଭୁୟସୀ ପ୍ରଶଂସା

ନୂଆଦିଲ୍ଲୀ: ବିଦେଶରେ କରୋନା ସଂକ୍ରମଣ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିବା ବେଳେ ରୁଷ ଓ ଆଫଗାନିସ୍ତାନକୁ ଭାରତର ଔଷଧ ଓ ମେଡିକାଲ ଉପକରଣ ପଠାଇବା ନେଇ ଉଭୟ ଦେଶ ଖୁବ ପ୍ରଶଂସା କରିଛନ୍ତି। କରୋନା ଭାଇରସ ମୁକାବିଲା ନିମନ୍ତେ ଶୁକ୍ରବାର ଦିନ ଭାରତ ଆଫଗାନିସ୍ତାନକୁ ୫ ଲକ୍ଷ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ଟାବଲେଟ ସମେତ ଅନ୍ୟାନ୍ୟ ଆବଶ୍ୟକ ଔଷଧ ପଠାଇ ଥିବାରୁ ଭାରତରେ ଅବସ୍ଥାପିତ ଆଫଗାନିସ୍ତାନ ରାଷ୍ଟ୍ରଦୂତ ତାହିର କାଦରୀ ଧନ୍ୟବାଦ ଜଣାଇବା ସହ ଟ୍ୱିଟ କରିଛନ୍ତି ଯେ ଖାଦ୍ୟ ସୁରକ୍ଷାକୁ ଦୃଢ କରିବା ପାଇଁ ଭାରତ ପୂର୍ବରୁ ଗହମ ପଠାଇଥିଲା।

ସେହିପରି କରୋନା ମହାମାରୀର ମୁକାବିଲା ପାଇଁ ଭାରତ ମସ୍କୋକୁ ଔଷଧ ପଠାଇଥିବାରୁ ରୁଷ ଭାରତକୁ କୃତଜ୍ଞତା ଜଣାଇଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମୁଖପାତ୍ର ଦିମିତ୍ରୀ ପେସ୍କୋଭ କହିଛନ୍ତି ଯେ କରୋନା ମୁକାବିଲା ପାଇଁ ଭାରତୀୟ ନେତୃତ୍ୱର ଔଷଧ ପଠାଇବା ନିଷ୍ପତ୍ତି ଦୁଇ ଦେଶ ମଧ୍ୟରେ ସହଭାଗୀତାକୁ ଦୃଢ କରିଛି। ଭାରତ ରପ୍ତାନି କରୁଥିବା ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ଟାବଲେଟର ୫୫ ତମ ତାଲିକାରେ ରୁଷ ରହିଛି।

Comments are closed.