ଆଫଗାନିସ୍ତାନରେ ବିସ୍ଫୋରଣ: ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ସମେତ ୩ ମୃତ

0

କାବୁଲ : ଆଫଗାନିସ୍ତାନ ଲସ୍କରଗାହ ସହରରେ ବୁଧବାର ସକାଳେ ଏକ ବୋମା ବିସ୍ଫୋରଣରେ ୩ ଜଣଙ୍କ ମୃତ୍ୟୁ ଘଟିଛି ଓ ୭ରୁ ଊର୍ଦ୍ଧ୍ବ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଆଫଗାନିସ୍ତାନ ସାଧାରଣ ନିର୍ବାଚନର ଜଣେ ପ୍ରାର୍ଥୀ ଅଛନ୍ତି। ଆଫଗାନିସ୍ତାନ ଆଭ୍ୟନ୍ତରୀଣ ମନ୍ତ୍ରୀ ୱାଇସ ଅହମ ବାରମାକ କହିଛନ୍ତି ଯେ ବୁଧବାର ସକାଳେଲ ସ୍କରଗାହ ସହରରେ ସଂଗଠିତ ବିସ୍ଫୋରଣରେ ନିର୍ବାଚନ ପ୍ରାର୍ଥୀ ଜବାର ରେହମାନଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି। ୭ ଗୁରୁତର ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଏହା ପୂର୍ବରୁ ଆଫଗାନିସ୍ତାନରେ ଅକ୍ଟୋବର ୧୩ରେ ଘଟିଥିବା ଆତ୍ମଘାତୀ ବିସ୍ଫୋରଣରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିଲା। ଆଫଗାନିସ୍ତାନରେ ନିର୍ବାଚନୀ ପାଇଁ ପ୍ରଚାର ସମୟରେ ଆତଙ୍କବାଦୀ ଆକ୍ରମଣ ବୃଦ୍ଧି ପାଇବାରେ ଲାଗିଛି।

Leave A Reply