ଆଫଗାନିସ୍ତାନରେ ଆତ୍ମଘାତୀ ଆକ୍ରମଣ : ୬ ମୃତ,୩୧ ଆହତ

0

କାବୁଲ : ଆଫଗାନିସ୍ତାନରେ ଏକ ବସ୍‍ ଉପରେ ଆତ୍ମଘାତୀ ଆକ୍ରମଣରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ଏଥିର ୩୧ ଜଣ ଆହତ ହୋଇଛନ୍ତି। ୱାର୍ଦକ୍‍ ପ୍ରଦେଶର ରାଜଧାନୀ ମୈଦାନ ସହର ଅଞ୍ଚଳରେ ଏହି ଗାଡ଼ିଟି ପୁଲିସ୍‍ ଅଫିସର ଓ୍‍ କର୍ମଚାରୀମାନଙ୍କୁ ନେଇ ଯାଉଥିଲା। ପ୍ରାଦେଶିକ ପୁଲିସ୍‍ ମୁଖପାତ୍ର ହେକ୍‍ମାତୁଲ୍ଲା ଦୁରାନୀ ଏକ ସମ୍ବାଦ ସଂସ୍ଥାକୁ ସୂଚନା ଦେଇ କହିଛନ୍ତି, ବସ୍‍ଟି ଏକ ପୁଲିସ୍‍ ଥାନା ପରିସରକୁ ପ୍ରବେଶ କରିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା। ଏହି ଆକ୍ରମଣ ତାଲିବାନ ମାନଙ୍କର ହାତ ଥିବା ଜଣାପଡିଛି।

Leave A Reply