ଆଫଗାନିସ୍ତାନ : ମୋଟର ସାଇକେଲ୍‍ ବୋମା ବିସ୍ଫୋରଣରେ ୧୨ମୃତ, ୩୨ ଆହତ

0

କାବୁଲ : ଆଫଗାନିସ୍ତାନର ତକ୍‍ହର୍‍ ପ୍ରଦେଶରେ ଶନିବାର ଏକ ମୋଟର ସାଇକେଲ୍‍ ବୋମା ବିସ୍ଫୋରଣ ଘଟି ୧୨ ଜଣ ଲୋକ ପ୍ରାଣ ହରାଇଛନ୍ତି ଓ ୩୨ ଜଣ ଆହତ ହୋଇଛନ୍ତି। ସେହି ଅଞ୍ଚଳରେ ପ୍ରାଦେଶିକ ଗଭର୍ଣ୍ଣରଙ୍କ ମୁଖପାତ୍ର ମହମ୍ମଦ ଯାୱାଦ ହେଜରୀ ଏଏଫ୍‍ପି ସମ୍ବାଦ ସରବରାହ ସଂସ୍ଥାକୁ କହିଛନ୍ତି, ସଂସଦୀୟ ପ୍ରାର୍ଥୀ ମଜିଫା ୟୁସ୍‍ଫାଇବେକ୍‍ ସେହି ଅଞ୍ଚଳରେ ପ୍ରଚାର କରୁଥିବା ସମୟରେ ଏହି ବିସ୍ଫୋରର ଘଟିଛି। ଏକ ରାଜନୈତିକ ର‍୍ୟାଲିରେ ଏହା ହେଉଛି ଏକ ବଡ଼ ଧରଣର ଆକ୍ରମଣ । ଏହି ନିର୍ବାଚନରେ ୨ ହଜାର ୫୦୦ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

Leave A Reply