ଆଦ୍ୟ ଶୈଶବ କାଳୀନ ଯତ୍ନ ଓ ଶିକ୍ଷା ସମ୍ପର୍କିତ ପ୍ରଶିକ୍ଷଣ

ବାଙ୍କୀ : ବାଙ୍କୀ ବ୍ଲକ ସମନ୍ୱିତ ଶିଶୁ ବିକାଶ ଯୋଜନା ସୈାଜନ୍ୟତାରେ ଅଙ୍ଗନବାଡିକର୍ମୀ ମାନଙ୍କୁ ଆଦ୍ୟ ଶୈଶବ କାଳୀନ ଯତ୍ନ ଓ ଶିକ୍ଷା ସମ୍ପର୍କିତ ଦ୍ୱିତୀୟ ପ୍ରର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏନ.ଏ.ସି ବାତ୍ୟା ଅଶ୍ରୟ ସ୍ଥଳୀଠାରେ ଆୟୋଜିତ ଏହି ତାଲିମ ଶିବିରକୁ ବାଙ୍କୀ ଉପଜିଲ୍ଲାପାଳ ରଂଜନ କୁମାର ଜେନା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଦ୍ଘାଟନ କରିଥିଲେ । ଅଙ୍ଗନବାଡିକର୍ମୀ ମାନେ ନିଜସ୍ୱ ଅଂଚଳରେ କେବଳ କର୍ତ୍ତବ୍ୟ କଲେ ଚଳିବ ନାହିଁ ବଂର ସହୃଦୟତାର ସହ ପ୍ରଶିିକ୍ଷଣ ଗ୍ରହଣ କରି ତାହର ବାସ୍ତବ ପ୍ରତିଫଳନ ପାଇଁ ଯତ୍ନବାନ ହେବା ସମ୍ପର୍କରେ ଆଲୋକପାତ କରିଥିଲେ । ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀ ରୂପାଲି ମିତ୍ର ଏହି ୬ ଦିନିଆ ପ୍ରଶିକ୍ଷଣ ଶିବିରର ଆଭିମୁଖ୍ୟ ପ୍ରଦାନ କରି ପ୍ରଶିକ୍ଷଣ ଆରମ୍ଭ କରିଥିଲେ । ଅନ୍ୟତମ ପ୍ରଶିକ୍ଷିକା ଭାବରେ ବବିତା ବେହେରା, ପ୍ରମୋଦିନୀ ପାଢୀ, ଅନ୍ନପୂର୍ଣ୍ଣା ପ୍ରଧାନ, ସଂଯୁକ୍ତା ମେଲଗାଜୀ ପ୍ରମୁଖ ପ୍ରଶିକ୍ଷଣ ଦେଇଥିଲେ । ଓସ୍ତିଆ, ବ୍ରହ୍ମପୁରା, ସୁବର୍ଣ୍ଣପୁର ଓ କେନ୍ଦୁପଲ୍ଲୀ ସେକ୍ଟରର କାର୍ଯ୍ୟରତ ଆଶା ମାନେ ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି । ଆଦ୍ୟ ଶୈଶବ କାଳୀନ ପ୍ରଶିକ୍ଷଣକୁ କର୍ମୀ ମାନେ କିଭଳି ଭାବରେ କୈାଶଳତାର ସହ ନିଜ କେନ୍ଦ୍ରରେ ପ୍ରୟୋଗ କରି ପିଲା ମାନଙ୍କର ଶାରିରୀକ ସ୍ୱାସ୍ଥ୍ୟ ଯତ୍ନ ଓ ପ୍ରାକ୍ ଶିକ୍ଷା ପ୍ରତି ଅଧିକ ଆଗ୍ରହ ବଢି ପାରିବ ସେ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି।

Comments are closed.