ଆଇନଜୀବୀ ଓ ଅଭିନେତା ପ୍ରଦୀପ୍ତ କିଶୋର ନନ୍ଦଙ୍କ ପରଲୋକ

କଟକ: ବରିଷ୍ଠ ଆଇନଜୀବୀ ,ଶିକ୍ଷାବିତ ଓ ଚଳଚିତ୍ର ଅଭିନେତା ପ୍ରଦୀପ୍ତ କିଶୋର ନନ୍ଦଙ୍କ ପରଲୋକ ଘଟିଛି। ସୋମବାର ସକାରେ ହୃଦଘାତ ହେବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ଚିକିତ୍ସା ସମୟରେ ତାଙ୍କର ଦେହାନ୍ତ ଘଟିଥିଲା। ମୃତବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ପ୍ରଦୀପ୍ତ କିଶୋର ନନ୍ଦଙ୍କ ମୃତ୍ୟୁ ଖବର ପ୍ରସାରିତ ହେବାପରେ ବହୁ ଶୁଭେଚ୍ଛୁ,ଆଇନଜୀବୀ ଏବଂ ଚଳଚିତ୍ର ଜଗତର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ।

ପ୍ରଦୀପ୍ତ କିଶୋର ନନ୍ଦ ଏକାଧାରରେ ଜଣେ ସୁନାମଧନ୍ୟ ଆଇନଜୀବୀ ଭାବେ ପରିଚିତ ଥିବା ବେ​‌ଳେ ୨୫ରୁ ଉର୍ଦ୍ଧ ଆଇନ ପୁସ୍ତକର ରଚୟିତା ଥିଲେ। ଏହା ଛଡା ଓଡିଆ ଚଳଚିତ୍ର ପ୍ରଥମ ପ୍ରେମ, ସୁନା ସଂସାର, ମହାନାୟକ, କଳକି ଅବତାର ସମେତ ବହୁ ଚଳଚିତ୍ରରେ ଅଭିନୟ କରି ଖ୍ୟାତି ଅର୍ଜନ କରିଥିଲେ।

Comments are closed.