ମୁହଁରେ କଳା ପଟି ବାନ୍ଧି ଓକିଲଙ୍କ ଧାରଣା

0

କଟକ: ଆଇନଜୀବୀଙ୍କୁ ପୁଲିସର ମାଡ ଘଟଣାକୁ ମାସେ ପୁରି ଯାଇଥିବା ବେଳେ ସମାଧାନର କୌଣସି ସୂତ୍ରର ବାହାରି ପାରିନାହିଁ । ଅଭିଯୁକ୍ତଙ୍କ ଗିରଫ ଦାବିରେ ରବିବାର ଆଇନଜୀବୀମାନେ ମୁହିଁରେ କଳା ପଟିବାନ୍ଧି ହାଇକୋର୍ଟର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି ।

ସୂଚନାଯୋଗ୍ୟ, ଅଗଷ୍ଟ ମାସ ୨୮ତାରିଖରେ ଏକ ସଡ଼କ ଦୁର୍ଘଟଣାକୁ ନେଇ ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କ ସହ ପୁଲିସର ଯୁକ୍ତିତର୍କ ହୋଇଥିଲା। ଏହାପରେ ପୁଲିସ ଆଇନଜୀବୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଆକ୍ରମଣକାରୀ ପୁଲିସଙ୍କୁ ଗିରଫ କରିବା ଦାବି କରି ଅଗଷ୍ଟ ୨୯ତାରିଖଠାରୁ ହାଇକୋର୍ଟ ବାର ଆସୋସିଏସନ ସମେତ ନିମ୍ନ ଅଦାଲତ ଆଇନଜୀବୀମାନଙ୍କ ପକ୍ଷରୁ କାର୍ୟ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି। ଆସନ୍ତା ୩ତାରିଖ ପର୍ୟ୍ୟନ୍ତ କାର୍ୟ୍ୟ ବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ସାଧାରଣ ପରିଷଦ ବୈଠକରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିଲା ।

Leave A Reply