ତ୍ୱଚାକୁ ସୁସ୍ଥ କରେ ଗ୍ରୀନ୍‍ ଟି

ତ୍ୱଚାକୁ ସୁନ୍ଦର କରିବା ପାଇଁ ମହିଳାମାନେ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି। ସୌନ୍ଦର୍ୟ୍ୟ ଉପଚାର ଠାରୁ ଆରମ୍ଭ କରି ପ୍ରସାଧନ ବ୍ୟବହାର କରିଥାନ୍ତି। ହେଲେ ଏହାଦ୍ୱାରା ବାସ୍ତବ ସୌନ୍ଦର୍ୟ୍ୟ ମିଳିପାରେ ନାହିଁ। ଉତ୍ତମ ତ୍ୱଚା ପାଇଁ ଗ୍ରୀନ୍‍ ଟିର ଭୂମିକା ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ। କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଏହାର ପ୍ରୟୋଗ ଦ୍ୱାରା ତ୍ୱଚାର ବିଭିନ୍ନ ପ୍ରକାର ଲାଭ ହୋଇଥାଏ। ଗ୍ରୀନ୍‍ ଟି ଭିଟାମିନ୍‍ରେ ଭରପୂର ହୋଇଥିବାରୁ ଏହାଦ୍ୱାରା ତ୍ୱଚାର ଶୁଷ୍କପଣ ଦୂର ହେବା ସହିତ ଦାଗ ଓ ବ୍ରଣ ଦୂର ହୁଏ। ତ୍ୱଚାର ରଙ୍ଗ ମଧ୍ୟ ଉଜ୍ଜ୍ୱଳ ହୁଏ। ଗ୍ରୀନ୍‍ ଟିରେ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡା ରହିଛି।

ଏହା ତ୍ୱଚାକୁ ସୁରକ୍ଷା କରିବାରେ ସହାୟକ ହୋଇଥାଏ। ଏହାଦ୍ୱାରା ଆଖି ତଳେ ହେଉଥିବା କଳା ଦାଗ ଦୂର ହୋଇଯାଏ। ଖୋଲା ରୋମଛିଦ୍ର ସମସ୍ୟାକୁ ମଧ୍ୟ ଏହାଦ୍ୱାରା ଦୂର କରାଯାଇପାରିବ। ଗ୍ରୀନ୍‍ଟିରେ ଏପରି ତତ୍ତ୍ୱ ଅଛି, ଯାହାକି ବ୍ରଣ ଦୂର କରିବାରେ ସହାୟକ ହୋଇଥାଏ। ଗ୍ରୀନ୍‍ଟିରେ ପ୍ରଚୁର ମାତ୍ରାରେ ଆଣ୍ଟିବ୍ୟାକ୍ଟେରିଆ ଥାଏ, ଯାହା ହର୍ମୋନକୁ ନିୟନ୍ତ୍ରଣରେ ରଖିବା ସହ ବହୁ ସମସ୍ୟା ଦୂର କରିଥାଏ। ଏକ ଗବେଷଣାରୁ ଜଣାପଡିଛି, ଗ୍ରୀନ୍‍ଟିରୁ ପ୍ରସ୍ତୁତ କ୍ରିମ୍‍ ଲଗାଇବା ଦ୍ୱାରା ବ୍ରଣ ଦୂର ହୋଇ ତ୍ୱଚା ସୁସ୍ଥ ରହିଥାଏ। ଏହାଦ୍ୱାରା ମଧ୍ୟ କୌଣସି ପାର୍ଶ୍ବପ୍ରତିକ୍ରିୟା ଦେଖାଦିଏ ନାହିଁ।

Comments are closed.