ମୋର ବିଶ୍ୱାସ ସତ୍ୟ ପ୍ରମାଣିତ ହୋଇଛି: ଆଡୱାଣୀ

ନୂଆଦିଲ୍ଲୀ : ବାବ୍ରି ମସଜିଦ ଭଙ୍ଗା ମାମଲାରେ ନିଜେ ଓ ଅନ୍ୟମାନେ ଦୋଷମୁକ୍ତ ହେବା ସମ୍ପର୍କିତ ରାୟକୁ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡୱାଣୀ ସ୍ୱାଗତ କରିଛନ୍ତି। ଜୟ ଶ୍ରୀରାମ କହି ଆଡୱାଣୀ ଅଦାଲତଙ୍କ ରାୟକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି ଯେ ମୋର ବ୍ୟକ୍ତିଗତ ବିଶ୍ୱାସ ସତ୍ୟ ପ୍ରମାଣିତ ହୋଇଛି। ଅଯୋଧ୍ୟାର ରାମ ଜନ୍ମଭୂମିରେ ରାମ ମନ୍ଦିର ନିର୍ମାଣ ନେଇ ସେ ଓ ବିଜେପି ଯେଉଁ ବିଶ୍ୱାସ ରଖିଥିଲେ ତାହା ସତ୍ୟ ହୋଇଛି। ଏହି ରାୟ ଦ୍ୱାରା ମୁଁ ନିଜକୁ ଭଗବାନଙ୍କ ଆଶୀର୍ବାଦ ଲାଭ କରିଥିବା ମନେ କରୁଛି। ଅଦାଲତଙ୍କ ଏହି ରାୟ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଓ ଖୁସିର ବିଷୟ। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ଏହି ରାୟ ଅନ୍ୟତମ ଐତିହାସିକ ରାୟ।୧୯୯୨ରେ ରାମ ଜନ୍ମଭୂମି ଆନ୍ଦୋଳନର ମୁଖ୍ୟ ଆୟୋଜକ ଥିଲେ ଆଡୱାଣୀ।

Comments are closed.