ଦିଲ୍ଲୀରେ ୩୦ ହଜାର ଶଯ୍ୟା ପାଇଁ ଯୋଜନା ପ୍ରସ୍ତୁତ: ଅମିତ ଶାହା

ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଦିଲ୍ଲୀରେ କରୋନା ସଂକ୍ରମଣର ମୁକାବିଲା ପାଇଁ ସରକାର ପଦକ୍ଷେପ ନେଇଛନ୍ତି ଏବଂ ଚଳିତ ମାସ ଶେଷ ସୁଦ୍ଧା ୩୦ ହଜାର ଶଯ୍ୟା ଉପଲବ୍ଧ ହେବ ନେଇ ଯୋଜନା ପ୍ରସ୍ତୁତ କରିଛନ୍ତି। ସମ୍ବାଦ ସରବରାହ ସଂସ୍ଥା ଏଏନଆଇକୁ ଏକ ସାକ୍ଷାତକାରରେ ଶାହା କହିଛନ୍ତି ଯେ ଦିଲ୍ଲୀରେ ଆଇଶୋଲେସନ ଶଯ୍ୟା ଏବଂ ଆଇସିୟୁ ଚିକିତ୍ସା ଯଥେଷ୍ଟ ହ୍ରାସ ପାଇଛି ଏବଂ ଏଥିପାଇଁ ଏକ କମିଟି ଗଠନ କରାଯାଇଛି।

ସେ କହିଛନ୍ତି ଯେ ଜୁନ୍ ୩୦ ସୁଦ୍ଧା ଦିଲ୍ଲୀରେ ୩୦ ହଜାର ଶଯ୍ୟା ଉପଲବ୍ଧ ହେବ। ଏଥିପାଇଁ ରେଳ କୋଚରେ ଆଠ ହଜାର ଶଯ୍ୟା ପ୍ରସ୍ତୁତ କରାଯାଇଛି ଏବଂ ଏବେ ୮ ହଜାର ଶଯ୍ୟା ପ୍ରସ୍ତୁତ କରାଯାଉଛି। ଡିଆରଡିଓ ଏକ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ତିଆରି କରୁଛି ଯେଉଁଥିରେ ୨୫୦ ଆଇସିୟୁ ବେଡ୍ ଏବଂ ଭେଣ୍ଟିଲେଟର ରହିବ। ଅନ୍ୟ ପକ୍ଷରେ ବର୍ଷା ଋତୁକୁ ଦୃଷ୍ଟିରେ ରଖି ରାଧାସ୍ୱାମୀ ବ୍ୟାସରେ ମଧ୍ୟ ୧୦ ହଜାର ଶଯ୍ୟା ପ୍ରସ୍ତୁତ ଥିବା ଶାହା କହିଛନ୍ତି। ପୂର୍ବରୁ ଦିଲ୍ଲୀ ସରକାରଙ୍କ ଦ୍ୱାରା ବ୍ୟବସ୍ଥିତ ୯ ହଜାର ୯୩୭ ଶଯ୍ୟା ସଂପୂର୍ଣ୍ଣ ଭାବେ ଦଖଲ କରାଯାଇ ନାହିଁ। ସେ କହିଛନ୍ତି ଯେ ପରିସ୍ଥିତି ଖରାପ ହେଲେ ମୁକାବିଲା ପାଇଁ ଆଗରୁ ଯୋଜନା କରାଯାଇଥିବା ଶାହା କହିଛନ୍ତି।

ସେ କହିଛନ୍ତି ଯେ ଘରୋଇ ଡାକ୍ତରଖାନାଗୁଡିକରେ କରୋନା ଚିକିତ୍ସା ଦର ସ୍ଥିର କରିବ ପାଇଁ ଡାକ୍ତରଙ୍କ ଏକ କମିଟି ଗଠନ କରାଯିବ। ଅମିତ ଶାହା କହିଛନ୍ତି ଯେ ପୂର୍ବରୁ ଶଯ୍ୟା ପିଛା ୨୪ ହଜାରରୁ ୨୫ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏବେ ତାହା ୮ରୁ ୧୦ ହଜାର ଟଙ୍କାକୁ ହ୍ରାସ କରାଯାଇଛି।

Comments are closed.