ପିଆଜକୁ ଅଧିକ ଦିନ ସୁରକ୍ଷିତ ରଖିବା ପାଇଁ ଆପଣାନ୍ତୁ ଏହି ଟିପ୍ସ

ସାଧାରଣତଃ ପ୍ରାୟ ସମସ୍ତଙ୍କ ଘରେ ପିଆଜ ନିଶ୍ଚତ ରୂପେ ଉପଲବ୍ଧ। ତରକାରୀ ଆଦିକୁ ସୁସ୍ବାଦୁ କରିବାରେ ଏହା ବିଶେଷ ଭୂମିକା ଗ୍ରହଣ କରିଥାଏ। ତେବେ କିଛି ଲୋକ ଅଭିଯୋଗ କରନ୍ତି, ଘରେ ରଖାଯାଉଥିବା ପିଆଜ ବହୁତ ଶୀଘ୍ର ଖରାପ ହୋଇଯାଉଛି। ତେଣୁ ଏହି ସମସ୍ୟାକୁ ଦୂର କରିବା ପାଇଁ କିଛି ଟିପ୍ସ ରହିଛି, ଯାହାକୁ ଆପଣାଇ ଆପଣ ପିଆଜକୁ ଅଧିକ ଦିନ ଘରେ ସୁରକ୍ଷିତ ରଖିପାରିବେ। ଆସନ୍ତୁ ଜାଣିବା ସେହ ଟିପ୍ସ ବିଷୟରେ-

-ପିଆଜକୁ ସବୁବେଳେ ଶୁଖିଲା ରଖିବା ଉଚିତ। ଏଥିପାଇଁ ପେପର୍ ବ୍ୟାଗ୍‌ର ବ୍ୟବହାର କରିବା ଲାଭଦାୟକ ହୋଇଥାଏ।
-ପିଆଜକୁ ପେପର୍ ବ୍ୟାଗରେ ରଖି ମୁହଁ ବନ୍ଦ କରିଦିଅନ୍ତୁ ଏବଂ ଏହା ଉପରେ ଛୋଟ ଛୋଟ କଣା କରିଦିଅନ୍ତୁ।
-କେବେହେଲେ ଓଦା ସ୍ଥାନରେ ପିଆଜକୁ ରଖନ୍ତୁ ନାହିଁ।
-ପ୍ରାୟତଃ ଆମେ ପିଆଜକୁ ପ୍ଲାଷ୍ଟିକ୍ ଜରିରେ ରଖିଦେଉ। କିନ୍ତୁ ଏପରି କରିବା ଉଚିତ ନୁହେଁ। ଏହାଦ୍ବାରା ପିଆଜ ଜଲ୍ଦି ଖରାପ ହୋଇଯାଏ
-ପରିବା କିଣିବା ବେଳେ ସାଧାରଣତଃ ଦୋକାନୀ ଆଳୁ ଏବଂ ପିଆଜକୁ ଏକସାଥୀରେ ଦେଇଥାଏ। ଘରେ ରଖିବା ବେଳେ କେବେ ବି ଏହି ଦୁଇଟି ପରିବାକୁ ଏକାଠି ରଖିବେ ନାହିଁ।
-ପିଆଜକୁ ଶୁଖିଲା ଏବଂ ଅନ୍ଧାରିଆ ସ୍ଥାନରେ ରଖିବା ଦ୍ବାରା ଏହା ଅଧିକ ଦିନ ଭଲ ରହିଥାଏ।

Comments are closed.