ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ; ଆଜିଠୁ ସ୍ନାତକ ବଳକା ସିଟ୍‌ରେ ନାମଲେଖା

ଭୁବନେଶ୍ବର : ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ସ୍ନାତକ(ୟୁଜି) ପାଠ୍ୟକ୍ରମର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟର ନାମଲେଖା ସରିଥିବାବେଳେ ଅବଶିଷ୍ଟ ବଳକା ସିଟ୍‌ରେ ଶୁକ୍ରବାର ନାମଲେଖା ଆରମ୍ଭ ହେବ। ଦୁଇ ପର୍ଯ୍ୟାୟର ନାମଲେଖା ସରିବା ପରେ ଅବଶିଷ୍ଟ ବଳକା ସିଟ୍‌ର ନାମଲେଖା ୧୬ ଓ ୧୭ ଦୁଇ ଦିନ ଧରି ଚାଲିବ।
କଳା, ବାଣିଜ୍ୟ ଓ ବିଜ୍ଞାନ ପାଠ୍ୟକ୍ରମରେ ନାମଲେଖା ବିଶ୍ବବିଦ୍ୟାଳୟ ଅଡିଟୋରିୟମ୍‌ରେ ଅନୁଷ୍ଠିତ ହେବ। ୧୬ରେ ବାଣିଜ୍ୟ ଓ ବିଜ୍ଞାନ, ୧୭ରେ କଳା ପାଠ୍ୟକ୍ରମ​ରେ ପୂର୍ବାହ୍ନ ୧୦ଟା୩୦ରୁ ଅପରାହ୍ନ ୨ଟା ମଧ୍ୟରେ ନାମ ଲେଖା ହେବ।

Comments
Loading...