ଦିନ ଦ୍ୱିପ୍ରହରେ ମୋରମ ଲୁଟ, ଅଭିଯୋଗ ପରେ ମଧ୍ୟ ପ୍ରଶାସନ ନିଷ୍କ୍ରିୟ

ଗଡମଧୁପୁର : ଐତିହ ସସ୍କୃତି ସମ୍ପନ୍ନ ସଂରକ୍ଷିତ ନେଉଳପୁର ପାହାଡ ପାଦ ଦେଶରୁ ମୋରମ ଚୋରି ରୋକିବା ନା ନେଉ ନଥିବା ବେଳେ  ଚୋରି ରୋକିବାରେ ପ୍ରଶାସନ ବିଫଳ ହୋଇଛି। ଐତିହ ସମ୍ପନ୍ନ ଏହି ପାହାଡ ଅନେକ ଦୃଷ୍ଟିରୁ ଗୁରୁତ୍ୱ ବହନ କରେ। ବୌଦ୍ଧ କିର୍ତ୍ତୀରାଜିକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ଥିବା ଏହି ପାହାଡ ଉପରେ ଭୁମିଠାରୁ ୧୦୬ ଫୁଟ ଉଚ୍ଚତା ବିଶିଷ୍ଟ ଭୂମିଷ୍ପର୍ଶ କରୁଥିବା ଏକ ବୌଦ୍ଧମୁର୍ତ୍ତୀ ସ୍ଥାପନ କରାଯିବାର ଘୋଷଣା କରିଥିଲେ ତତକାଳୀନ ବିଧାୟକ, ମନ୍ତ୍ରୀ ତଥା ସାଂସଦ ଥିବା କଳ୍ପତରୁ ଦାସ। ଯାହାକି ଏସିଆ ମହାଦେଶର ସବୁଠାରୁ ବୃହତ ବୁଦ୍ଧ ମୂର୍ତ୍ତୀ ହେବ ବୋଲି ଘୋଷଣା କରାଯାଇଥିଲା। ଏହାର ତଦନ୍ତ ଓ ଭିତ୍ତିଭୂମି ତଦାରଖ କରିବା ପାଇଁ ତତକାଳୀନ ସସ୍କୃତି ସଚିବ ମୋନା ଶର୍ମା ଅନେକ ବାର ଏହି ପାହାଡ ପରିଦର୍ଶନ ପାଇଁ ଆସିଥିଲେ। ଏହି ପାହାଡରେ ବୌଦ୍ଧ ସସ୍କୃତିର ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ସସ୍କୃତି ବିଭାଗ ତରଫରୁ ଏକ ରାସ୍ତା ପାହାଡ ପାଦ ଦେଶରୁ ଉପରକୁ ନିର୍ମାଣ କରାଯାଇଛି। ଦୁଃଖ ପରିତାପର ଏଠାରେ ଏବେ ମଦ୍ୟପ ଅସାମାଜିକଙ୍କ ଅଡା ଜମିଥିବା ବେଳେ ପରିକଳ୍ପନା କେବଳ ଘୋଷଣାରେ ରହିଯାଇଛି। ସ୍ଥାନୀୟ ପ୍ରଶାସନ ଏହି ସଂରକ୍ଷିତ ପାହାଡର ସୁରକ୍ଷା କରିବା ବଦଳରେ ଏଠାରୁ ଦୈନିକ ମୋରମ ଚୋରିର ଅଭିଯୋଗ ପରେ ମଧ୍ୟ କୌଣସି କାର୍ୟ୍ୟାନୁଷ୍ଠାନ ବଦଳରେ ସ୍ଥାଣୁ ହୋଇ ବସିଛି। ଫଳରେ ଦିନ ଦ୍ୱିପଡହରେ ଏଠାରୁ ଏବେ ଟ୍ରିପ ଟ୍ରିପ ମୋରମ ଚୋରା ଚାଲାଣ କରାଯାଇ ନେଉଳପୁର କେନାଲ ବନ୍ଧ ରାସ୍ତାକୁ ବିକ୍ରି କରାଯାଉଛି। ଗୋଟିଏ ପଟେ ପ୍ରଶାସନ ଏହା ଉପରେ ଗୁରୁତ୍ୱ ଦେଉ ନଥିବାରୁ ରାଜସ୍ୱ ହାନି ହେଉଥିବା ସ୍ଥଳେ ମୋରମ ମାଫିଆ ମାଲାମାଲ ହେଉଛନ୍ତି। ସ୍ଥାନୀୟ ଶାସକ ଦଳର କୁଜିନେତା ଏହି ପହାଡକୁ ଲୁଟ କରିଚାଲିଥିବା ବେଳେ ପ୍ରସାସନ କେବଳ ନିରବଦ୍ରଷ୍ଟା ସଜିଛି। ରାଜସ୍ୱ ନିରିକ୍ଷକଙ୍କ କାର୍ୟ୍ୟାଳୟଠାରୁ ମାତ୍ର ୮୦୦ମିଟର ଦୁରରେ ଏହି ଲୁଟ ତରାଜ ଚାଲିଥିଲେ ମଧ୍ୟ ରାଜସ୍ୱ ନିରିକ୍ଷକ ଚୁପ କାହିଁକି ଓ କାହା ଚାପରେ ବୋଲି ସ୍ଥାନୀୟ ଅଂଚଳବାସୀ ପ୍ରଶ୍ନ କରିଛନ୍ତି। ଏଠାରୁ ଏକ ଜେସିବି ମେସିନ ଓ ଅନେକ ଟ୍ରାକ୍ଟର ମାଧ୍ୟମରେ ଶହ ଶହ ଟ୍ରିପ ମୋରମ ନେଉଳପୁର କେନାଲ ବନ୍ଧକୁ ଚାଲାଣ କରାଯାଉଥିବାରୁ ଏହାକୁ ଦୃଢ ବିରୋଧ କରି ନେଉଳପୁର ଗ୍ରାମବାସୀ ସ୍ଥାନୀୟ ଧର୍ମଶାଳା ତହସିଲକୁ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି। ଏନେଇ ଅଭିଯୋଗକାରୀ ସ୍ମୃତି ରଂଜନ ବାରିକ ସମାଜକୁ କହିଛନ୍ତି ଆମେ ଅଭିଯୋଗ ଦେଲାପରେ ମଧ୍ୟ ତହସିଲ କତ୍ତୃପକ୍ଷ ତଦନ୍ତ କରି ବିହିତ କାର୍ୟ୍ୟାନୁଷ୍ଠାନ ନେବାରେ ଟାଳଟୁଳ ନିତି ଅବଲମ୍ବନ କରୁଛନ୍ତି। ଫଳରେ କିଛିଦିନ ମଧ୍ୟରେ ଏହି ଐତିହ ସମ୍ପନ୍ନ ପାହାଡ ତାର ସୌନ୍ଦର୍ୟ୍ୟ ହରାଇବ। ତହସିଲଦାର ପ୍ରଶାନ୍ତ ସାମନ୍ତାରାୟ ନିଜ ପ୍ରତିକ୍ରିୟାରେ କହିଛନ୍ତି ଅବିଯୋଗ ହସ୍ତଗତ ହୋଇଛି। ଆଜି ରାତିରେ କାର୍ୟ୍ୟାନୁଷ୍ଠାନ କରାଯିବ। ଯଦି ରାତିରେ ଚାଲୁଥାଏ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Comments
Loading...