ନାମ୍ବିୟା : ଆଡଲଫ ହିଟଲର ବିଜୟୀ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକୀୟ ରାଷ୍ଟ୍ର ନାମ୍ବିୟାର ପ୍ରାଦେଶିକ ନିର୍ବାଚନରେ ବିଜୟୀ ହୋଇଛନ୍ତି ଆଡଲଫ ହିଟ୍‌ଲର। ତାଙ୍କ ଦଳ ମଧ୍ୟ ସର୍ବାଧିକ ଭୋଟ ପାଇଛି। ନିଜ ଅଞ୍ଚଳରେ ଆଡଲଫ୍ ୟୁନୋନା ଭାବେ ପରିଚିତ ଏହି ନେତା କହିଛନ୍ତି ଯେ ଆଡଲଫ୍‌ ହିଟଲର ଶବ୍ଦର ଅର୍ଥ ସେ ଜାଣି ନାହାନ୍ତି; ତେଣୁ କେବେ ନିଜର ନାମ ପରିବର୍ତ୍ତନ କରିବେ ନାହିଁ କିମ୍ବା ଇତିହାସର ଏହି ଚରିତ୍ର ଭଳି ବିଶ୍ବ ବିଜୟର ଆସ୍ପର୍ଦ୍ଧା ରଖିବେ ନାହିଁ। ତାଙ୍କଠାରେ କୌଣସି ନାଜି ଚରିତ୍ରର ଛାପ ନ ଥିବା ମଧ୍ୟ ସେ କହିଛନ୍ତି। ସୂଚନାଯୋଗ୍ୟ ଯେ ୧୮୮୪ରୁ ୧୯୧୫ ପର୍ଯ୍ୟନ୍ତ ଜର୍ମାନୀର ଉପନିବେଶ ଥିବା ନାମ୍ବିୟାରେ ବହୁ ଜର୍ମାନ ନାଗରିକ ବସବାସ କରନ୍ତି। ସେମାନେ ନିଜ ମୂଳ ରାଷ୍ଟ୍ରର ପରମ୍ପରା ଅନୁସାରେ ନାମକରଣ କରିଥାଆନ୍ତି। ସେହି ଅନୁସାରେ ଏହି ୫୪ବର୍ଷୀୟ ଲୋକପ୍ରିୟ ନେତାଙ୍କ ନାମ ଆଡଲଫ ୟୁନୋନା ହିଟଲର ରହିଛି। ନିଜ ନାମ ପାଇଁ ସେ ଏବେ ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିଛନ୍ତି।

Comments are closed.