ଆଦିତ୍ୟ ମହାପାତ୍ର ହେବେ ଓଡ଼ିଶା ହାଇକୋର୍ଟର ବିଚାରପତି

ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ

କଟକ : ବରିଷ୍ଠ ଆଇନଜୀବୀ ଆଦିତ୍ୟ କୁମାର ମହାପାତ୍ର, ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି । ରାଷ୍ଟ୍ରପତି ଭବନରୁ ତାଙ୍କ ନିଯୁକ୍ତ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି  ଭାରତୀୟ ସମ୍ବିଧାନରେ ପ୍ରଦତ୍ତ କ୍ଷମତା ପ୍ରୟୋଗ କରି, ଭାରତର ପ୍ରଧାନ ବିଚାରପତିଙ୍କ ସହ ପରାମର୍ଶ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶା ସମେତ ଦେଶର ଅନ୍ୟ କେତେକ ହାଇକୋର୍ଟ ପାଇଁ ୬ଜଣ ବିଚାରପତି ଓ ବିଚାର ବିଭାଗୀୟ ଅଧିକାରୀ ନିଯୁକ୍ତ କରିଛନ୍ତି । ଶପଥ ଗ୍ରହଣ କରି କାର୍ଯ୍ୟରେ ଯୋଗଦାନ ଦିନଠାରୁ ତାଙ୍କର ନିଯୁକ୍ତିକୁ ଗଣନା କରାଯିବ।

Comments are closed.