ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ପ୍ରମାଣ ଖୋଜୁଛି କ୍ରାଇମ୍‌ ବ୍ରାଞ୍ଚ, ଫରେନ୍‌ସିକ୍‌ ବିଭାଗକୁ ଲାଇ ଡିଟେକ୍‌ସନ୍‌ ଟେଷ୍ଟ ପାଇଁ ଆବେଦନ

ଭୁବନେଶ୍ବର: ସମାଜ ସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରୁଛି। ଆଜି ଫରେନ୍‌ସିକ୍‌ ବିଭାଗକୁ ଲାଇ ଡିଟେକ୍‌ସନ୍‌ ଟେଷ୍ଟ ପାଇଁ କ୍ରାଇମ୍‌ବ୍ରାଞ୍ଚ ଆବେଦନ ଆବେଦନକରିଛି। ତଦନ୍ତ ଘେରରେ ଥିବା ବ୍ୟକ୍ତିଙ୍କ ଟେଷ୍ଟ ପାଇଁ ଆବଦେନରେ ଦର୍ଶାଯାଇଥିବା ସୂଚନା ମିଳିଛି।
ସମାଜ ସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲରେ କ୍ରାଇମ୍‌ ବ୍ରାଞ୍ଚ ପକ୍ଷରୁ ଲାଏ ଡିଟେକ୍‌ସନ୍‌ ଟେଷ୍ଟ ପାଇଁ ଫରେନ୍‌ସିକ୍‌ ବିଭାଗକୁ ଚିଠି ଲେଖାଯାଇଛି। ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କର ଲାଏ ଡିଟେକ୍‌ସନ୍‌ ଟେଷ୍ଟ ହୋଇପାରେ। ସେହିପରି ବିକାଶ, ପପ୍ପୁ ଓ ପ୍ରୀତମ୍‌ଙ୍କର ଲାଏ ଡିଟେକ୍‌ସନ୍‌ ଟେଷ୍ଟ ହେବାର ସମ୍ଭାବନା ରହିଛି। ଜୁଲାଇ ୩୦ରେ ଆଦିତ୍ୟଙ୍କ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ପୁଲିସ ଡିଜିପି ନିର୍ଦେଶ ଦେଇଛନ୍ତି। ଫଳରେ ଭୂବନେଶ୍ବର ଜିଆରପି ପୁଲିସ ହାତରୁ ତଦନ୍ତ ଭାର କ୍ରାଇମବ୍ରାଞ୍ଚ ହାତକୁ ଚାଲିଯାଇଛି।
ସୂଚନାଯୋଗ୍ୟ ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ସାରା ଓଡିଶାରେ ଏକ ପ୍ରକାର ଆଲୋଡନ ଦେଖିବାକୁ ମିଳିଥିଲା। ସମାଜସେବୀ ଆଦିତ୍ୟଙ୍କୁ କେହି ହତ୍ୟା କରିଥିବା କଥା ତାଙ୍କ ପ୍ରଶଂସକ ମାନେ ଦାବି କରିଥିଲେ। କିନ୍ତୁ ଘଟଣାର ତଦନ୍ତ କରୁଥିବା ଜିଆରପି ପୁଲିସ ଏହା ଏକ ଆତ୍ମହତ୍ୟା ବୋଲି କହିଥିଲେ। ଯାହାକୁ ଆଦିତ୍ୟଙ୍କ ପ୍ରଶଂସକମାନେ ବିଶ୍ବାସ କରିପାରିନଥିଲେ। ଏହାପରେ ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ କମିଶନରେଟ ପୁଲିସ ଦ୍ବାରା ତଦନ୍ତ ଦାବି କରିଥିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠିଲେଖି ଉଲ୍ଲେଖ କରିଥିଲେ କି ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାରେ ଜିଆରପି ପୁଲିସ ତଦନ୍ତ ସନ୍ତୋଷ ଜନକ ନୁହେଁ ଏଣୁ ଏହି ଘଟଣାର ତଦନ୍ତ କମିଶନରେଟ୍ ପୁଲିସକୁ ସାମିଲ କରାଯାଉ। ଏହି ଘଟଣାଟି ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡିବା ଆବଶ୍ୟକ। ଯଦି ଏହା ଏକ ହତ୍ୟା ତେବେ ଯିଏ ବାସ୍ତବ ଦୋଷୀ ତା ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ତାହା ହେଲେ ଲୋକମାନଙ୍କ ମନରେ ଆଇନବ୍ୟବସ୍ଥା ଉପରେ ଆସ୍ଥା ରହିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କହିଥିଲେ।
ଅନ୍ୟପଟେ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାରେ ଜାତୀୟ ମାନବଅଧିକାର କମିଶନ ମଧ୍ୟ ଜିଆରପି ପୁଲିସକୁ ତଦନ୍ତ ରିପୋର୍ଟ ମାଗିଛନ୍ତି । ୪ ସପ୍ତାହ ମଧ୍ୟରେ ଜିଆରପି ପୁଲିସ ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ଘଟଣାର ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଏନଏଚଆରସି ନିର୍ଦେଶ ଦେଇଥିଲେ।

Comments are closed.