ଗଲ୍‌ଫର ଅଦିତି ଅଶୋକଙ୍କୁ ଟୋକିଓ ଅଲିମ୍ପିକ୍‌ସ ଯୋଗ୍ୟତା

ବେଙ୍ଗାଲୁରୁ: ଜାପାନର ଟୋକିଓ ସହରରେ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ୍‌ସ ଭାଗ ନେବା ନିମନ୍ତେ ଯୋଗ୍ୟତା ଅର୍ଜନ କରିଛନ୍ତି ଭାରତୀୟ ମହିଳା ଅଦିତି ଅଶୋକ। ଗଲ୍ଫ ବିଭାଗରେ ଅଲିମ୍ପିକ୍‌ସ ନିମନ୍ତେ ଯୋଗ୍ୟତା ଅର୍ଜନ ନିମନ୍ତେ ୨୦୧୮ ଜୁଲାଇରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସେ​‌ତେବଳେ ଅଦିତିଙ୍କ ମାନ୍ୟତା ଥିଲା ୨୮। ବର୍ତ୍ତମାନ ସମୟରେ ତାଙ୍କ ମାନ୍ୟତା ୪୫ ରହିଛି। ଅଲିମ୍ପିକ୍‌ସରେ ଭାଗ ନେବାକୁ ୬୦ଜଣ ଗଲ୍ଫରଙ୍କ ତାଲିକା ମଙ୍ଗଳବାର ଘୋଷଣା କରିଛି ଅନ୍ତର୍ଜାତୀୟ ଗଲ୍ଫ ମହାସଂଘ। ତେଣୁ ୪୫ନଂରେ ରହିଥିବା ଅଦିତି ଅଲିମ୍ପିକ୍‌ସ ନିମନ୍ତେ ଯୋଗ୍ୟତା ହାସଲ କରିଛନ୍ତି। ଅଦିତି ୨୦୧୬ରେ ରିଓ ଅଲିମ୍ପିକ୍‌ସରେ ଭାଗ ନେଇଥିଲେ। ତେବେ ସେଥିରେ ସେ ଆଶାନୁରୂପ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ।

Comments are closed.